ଓଡିଶା

odisha

ଖୋଲୁଛି ଅଫତାବର ପାପପେଡି: ଶ୍ରଦ୍ଧାଙ୍କୁ ଦେଉଥିଲା ଅକଥନୀୟ ନିର୍ଯାତନା, ସାମ୍ନାକୁ ଆସିଲା ଚାଟ୍‌

By

Published : Nov 19, 2022, 7:39 AM IST

ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣାରେ ତଦନ୍ତ ଯେତେ ଆଗକୁ ଯାଉଛି ସେତିକି ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ଶ୍ରଦ୍ଧାଙ୍କ ଦୁଇ ବର୍ଷ ତଳର ଚାର୍ଟ ସାମ୍ନାକୁ ଆସିଛି । ଯେଉଁଥିରୁ ଜଣାପଡିଛି ଅଫତାବ ଶ୍ରଦ୍ଧାଙ୍କୁ ମାଡ ମାରିବା ସହ ନିର୍ଯାତନା ଦେଉଥିଲା । ଅଧିକ ପଢନ୍ତୁ

Shraddha Murder Case
Shraddha Murder Case

ନୂଆଦିଲ୍ଲୀ:ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା । ଦିନକୁ ଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ହତ୍ୟା ପଛର ଗୁମର ଖୋଲୁଛି ଅଭିଯୁକ୍ତ ଅଫତାବ । ଦିଲ୍ଲୀରେ ଘଟିଥିବା ଏହି ଛାତିଥରା ଘଟଣାର ତଦନ୍ତ ଯେତେ ଆଗକୁ ଯାଉଛି ସେତିକି ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ଶ୍ରଦ୍ଧାଙ୍କ ଦୁଇ ବର୍ଷ ତଳର ଚାର୍ଟ ସାମ୍ନାକୁ ଆସିଛି । ଯେଉଁଥିରୁ ଜଣାପଡିଛି ଅଫତାବ ଶ୍ରଦ୍ଧାଙ୍କୁ ମାଡ ମାରିବା ସହ ନିର୍ଯାତନା ଦେଉଥିଲେ । ସେ ତାଙ୍କ ଅଫିସର ଜଣେ ସହକର୍ମୀଙ୍କ ସହ ଚାଟରେ ଏପରି କଥା ହୋଇଥିଲେ ।

୨୦୨୦ ନଭେମ୍ବର ୨୪ରେ ସହକର୍ମୀଙ୍କ ସହ ଚାଟ କରିବା ସମୟରେ ଶ୍ରଦ୍ଧା କହିଥିଲେ ଯେ, ''ମୋତେ ଅଫତାବ ମାଡ ମାରିବାପରେ ମୁଁ ଆହତ ହୋଇଛି । ଯନ୍ତ୍ରଣା ହେଉଥିବାରୁ ବିଛଣାରୁ ଉଠିବାକୁ ସେ ସକ୍ଷମ ନୁହଁନ୍ତି ବୋଲି ସହକର୍ମୀଙ୍କୁ କହିଥିଲେ । ଏଥି ସହ ତାଙ୍କ ବିପି ଲୋ ଥିବା ମଧ୍ୟ ସେ କହିଥିଲେ ।

ତେବେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖି ଶ୍ରଦ୍ଧାଙ୍କ କଟାମୁଣ୍ଡକୁ ଖୋଜୁଥିବା ବେଳେ ବୟଫ୍ରେଣ୍ଡ ଅଫତାବ ଖଣ୍ଡ ଖଣ୍ଡ କରିଥିବା ଶରୀରର କିଛି ଅଂଶକୁ ମେହେରୁଲି ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଏହା ଶ୍ରଦ୍ଧାଙ୍କର ନା ଆଉ କାହାର ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ଏଥି ପାଇଁ ଶରୀର ଅଂଶ ଗୁଡିକୁ ଡିଏନଏ ପରୀକ୍ଷା ପାଇଁ ପଠାଯାଇଛି । ଫରେନସିକ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇଯିବ ।

ଏହି ଘଟଣାରେ ଗତକାଲି ଅଭିଯୁକ୍ତକୁ ୫ ଦିନ ମଧ୍ୟରେ ନାର୍କୋ ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସାକେତ କୋର୍ଟ । ତାସହିତ ଅଭିଯୁକ୍ତ ସହ କୌଣସି ପ୍ରକାର ଥାର୍ଡ ଡିଗ୍ରୀ ବ୍ୟବହାର କରିବାକୁ ବାରଣ କରିଛନ୍ତି । ଅଭିଯୁକ୍ତ ଅଫତାବ ପୁନାବାଲାକୁ ଭିଡିଓ କନ୍‌ଫରେସିଂ ଜରିଆରେ ସାକେତ କୋର୍ଟରେ ହାଜର କରାଯାଇଥିଲା । ସେହି ସମୟରେ ତାକୁ ୫ ଦିନ ପାଇଁ ରିମାଣ୍ଡରେ ପଠାଇଥିଲେ କୋର୍ଟ । ଏହାପୂର୍ବରୁ ମଧ୍ୟ କୋର୍ଟ ଅଭିଯୁକ୍ତ ନାର୍କୋଟିକ୍‌ ଟେଷ୍ଟ ପାଇଁ ଅନୁମତି ପ୍ରଦାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-Shraddha Murder Case: ୫ଦିନ ମଧ୍ୟରେ ଅଫତାବର ହେବ ନାର୍କୋଟିକ୍‌ ଟେଷ୍ଟ

ମିଳିଥିବା ସୂଚନା ଅନୁଯାୟୀ, ଗତ ମେ ୧୮ ତାରିଖରେ ଅଫତାବ ଓ ଶ୍ରଦ୍ଧାଙ୍କ ମଧ୍ୟରେ ବଚସା ହୋଇଥିଲା । ଯୁବତୀ ଜଣଙ୍କ ବିବାହ ପାଇଁ କହିବାରୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା । ଯାହା ପରମୁହୁର୍ତ୍ତରେ ନେଇଥିଲା ଉଗ୍ରରୂପ । ପ୍ରେମିକା ଶ୍ରଦ୍ଧାଙ୍କୁ ନିରବ କରିବା ପାଇଁ ଅଫତାବ ପୁନଓ୍ବାଲା ଗଳକାଟି ହତ୍ୟା କରିଥିଲା । ଏହାପରେ ମୃତଦେହକୁ ନିଜ ଘରେ ଦୁଇ ଦିନ ଧରି ଯୁବତୀଙ୍କ ଶରୀରରୁ ୩୫ ଖଣ୍ଡ କରି ଛୋଟ ବ୍ୟାଗରେ ରଖିଥିଲା। ଏହାପରେ ଏକ ଫ୍ରିଜ କିଣି ସେଥିରେ ମୃତ ଶରୀରକୁ ରଖିଥିଲା । ଦିଲ୍ଲୀର ଛତ୍ରପୁର ପାହାଡି ଅଞ୍ଚଳରେ ଭଡା ରହୁଥିବା ବେଳେ ସେଠାରୁ ଯେମିତି ଦୁର୍ଗନ୍ଧ ବାହାରକୁ ନଆସେ ସେଥି ପାଇଁ ରୁମ୍ ଫ୍ରେସନର, ଧୂପକାଠି ଏବଂ ଅନ୍ୟାନ୍ୟ ସୁଗନ୍ଧ ଜିନିଷ ବ୍ୟବହାର କରୁଥିଲା । ଏହାପରେ ମୃତ ଶରୀର ଗୋଟିଏ ଗୋଟିଏ ଖଣ୍ଡ ନେଇ ମେହେରୁଲି ଅଞ୍ଚଳକୁ ଯାଇ ସେଠାରେ ଫୋପାଡିଥିଲା ।

ABOUT THE AUTHOR

...view details