ଭୁବନେଶ୍ବର: ରାଜଧାନୀରେ ବଢୁଛି ଆତ୍ମହତ୍ଯା ଜନିତ ମୃତ୍ୟୁ ସଂଖ୍ୟା । ରାତିପାହିଲେ ଜୀବନ ହାରୁଛନ୍ତି ରାଜଧାନୀ ବାସିନ୍ଦା । ଚିନ୍ତାଜନକ ସ୍ଥିତିରେ ସ୍ମାର୍ଟସିଟିର ନୀରିହ ଯୁବପିଢି। ଯାହା ଏବେ ଉଦବେଗଜନକ ଓ ଚିନ୍ତାଜନକ ହୋଇଛି। ସ୍କୁଲ ପିଲାଠୁ ଆରମ୍ଭ କରି କର୍ମଜୀବୀ ବ୍ୟକ୍ତି। ପାଠ ପଢା ଠାରୁ ଆରମ୍ଭ କରି ପ୍ରେମରେ ବିଫଳତା, ବେକାରି ସମସ୍ୟା କୁ ଆରମ୍ଭ କରି ପାରିବାରିକ ଚାପ , ଆର୍ଥିକ ଚାପ, ପାରିବାରିକ ଚାପ, ପ୍ରେମ ଜନିତ ଧୋକା, ବୈବାହିକ ଜିବନରେ ତିକ୍ତତାକୁ ନେଇ ଅତିଷ୍ଠ ହେଉ ପଡୁଛନ୍ତି ରାଜଧାନୀବାସୀନ୍ଦା । ଏସବୁ ଚାପରୁ ମୁକ୍ତି ପାଇବା ପାଇଁ ନିଜ ଜୀବନ ନେବାକୁ ମଧ୍ୟ ପଛଉନାହାନ୍ତି । ଫଳରେ ରାଜଧାନୀରେ ବଢୁଛି ଆତ୍ମହତ୍ଯା ଜନିତ ମୃତ୍ୟୁ ସଂଖ୍ୟା ।
କମିସନରେଟ ପୋଲିସର ତଥ୍ଯ କହୁଛି ୨୦୨୧ ବର୍ଷର ବିଗତ ୬ ମାସରେ ଜୀବନ ହରାଇସାରିଲେଣି ୧୫୧ ଜଣ । ଯାହାକି ଗତ ବର୍ଷ ୨୦୨୦ରେ ଠିକ ସେହି ୬ମାସ ସୁଧା ଜୀବନ ହରାଇସାରିଥିଲେ ୧୪୦ଜଣ । ଅନେକ ସମସ୍ୟାରେ ଚାପ ଗ୍ରସ୍ତ ହୋଇ ଜୀବନ ହରାଇବାର ବାଟ ଆପଣାଉଛନ୍ତି ରାଜଧାନିବାସୀ । ତେବେ ୨୦୨୧ର ବିଗତ ୬ମାସରେ ବେକରେ ରଶି ଲଗାଇ ୫୮ଜଣ ପ୍ରାଣ ହରାଇଥିବା ବେଳେ ବିଷ ପିଇ ୫୪ଜଣ ଓ ସେହିପରି ନିଆଁରେ ନିଜକୁ ପୋଡ଼ି ୩୯ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୨୦୨୦ରେ ଜାନୁଆରୀରୁ ଜୁନ ମଧ୍ୟରେ ବେକରେ ରଶି ଲଗାଇଝୁଲନ୍ତା ଅବସ୍ଥାରେ ୬୫ ଜଣ ପ୍ରାଣ ହରାଇଛନ୍ତି । ବିଷ କ୍ରିୟା ଜନିତ ପ୍ରାଣ ହରାଇଛନ୍ତି ୫୪ଜଣ । ସେହିପରି ନିଆଁରେ ନିଜକୁ ପୋଡ଼ି ୨୧ଜଣ ପ୍ରାଣ ହରାଇଛନ୍ତି । ୨୦୨୦ ବର୍ଷରେ ମୋଟ ୩୧୦ଟି ଆତ୍ମହତ୍ୟା ଜନିତ କେସ ରିପୋର୍ଟ ହୋଇଛି। ତେବେ ଏଥିପାଇଁ କାଉନସେଲିଂର ଆବଶ୍ଯକତା ରହିଛି ।
ମାନସିକ ଚାପରେ ରହୁଥିବା ଲୋକର ମନକୁ ବୁଝିବାର ଅଛି। ପରିସ୍ଥିତିକୁ ମୁକାବିଲା ପାଇଁ ବିକଳ୍ପ ପନ୍ଥାର ଆବଶ୍ଯକତା ରହିଛି। ପରିବାର ଓ ସମ୍ପର୍କିୟ ଏଥିପ୍ରତି ଧ୍ଯାନ ଦେବା ଉଚିତ। ଆତ୍ମହତ୍ଯା ଏକ ଅପରାଧ ନୁହେଁ ଏହା ଏଭଳି ଏକ ଅପରାଧ ଯାହା ପାଇଁ ଜଣେ ଦଣ୍ଡିତ ହୋଇପାରେ ନାହିଁ କାରଣ ସେ ଆତ୍ମହତ୍ୟା କଲେ ମୃତ ହୋଇଥାଏ। କିନ୍ତୁ ଯିଏ ଆତ୍ମହତ୍ଯା ଉଦ୍ଯମ କରିବ ସିଏ ଆଇନ ଅନୁସାରେ ମଧ୍ୟ ଦଣ୍ଡ ପାଏ। ଏଥିପାଇଁ ଅନେକ ସଂଗଠନ ଏହାକୁ ସିରିୟସ ନେଇ କାଉନସେଲିଂ ପାଇଁ ବିଭିନ୍ନ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି । ଟାଟା ପକ୍ଷରୁ 9152987821 ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ 18005000019 ନମ୍ବର ଜାରି କରାଯାଇଛି ।