ଓଡିଶା

odisha

ETV Bharat / crime

ଦୁଇ ଗୋଷ୍ଠୀ ସଂଘର୍ଷ ମାମଲାରେ ୫ ଗିରଫ, ପିସ୍ତଲ ସମେତ ମାରଣାସ୍ତ୍ର ଜବତ - ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି

ଗତ ୧୦ ତାରିଖରେ ଦିଗପହଣ୍ଡି ଥାନା ଗ୍ରୀଡକୋ ସମ୍ମୁଖ ରାଜରାସ୍ତାରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ପୋଲିସ ପାଞ୍ଚ ଅଭିଯୁକ୍ତ ଗିରଫ କରିଛି । ଅଧିକ ପଢନ୍ତୁ...

ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି, ୫ଗିରଫ, ଅନ୍ୟଙ୍କୁ ଖୋଜୁଛି ପୋଲିସ
ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି, ୫ଗିରଫ, ଅନ୍ୟଙ୍କୁ ଖୋଜୁଛି ପୋଲିସ

By

Published : Sep 16, 2021, 8:33 AM IST

ବ୍ରହ୍ମପୁର: ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି । ଘଟଣାରେ ୫ଜଣଙ୍କୁ କାବୁ କରିଛି ପୋଲିସ । ଗତ ୧୦ ତାରିଖରେ ଦିଗପହଣ୍ଡି ଥାନା ଗ୍ରୀଡକୋ ସମ୍ମୁଖ ରାଜରାସ୍ତାରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ପୋଲିସ ପାଞ୍ଚ ଅଭିଯୁକ୍ତ ଗିରଫ କରିଛି । ଗିରଫ ଅଭିଯୁକ୍ତ ସମସ୍ତଙ୍କ ଘର ପାଟପୁର ଥାନା ଡେଙ୍ଗାଓସ୍ତା ଗ୍ରାମରେ ।

ସମସ୍ତ ଗିରଫ ହେଲେ ଗଣେଶ ଦୋରା, ସୁଶାନ୍ତ କୁମାର ସାହୁ , ଏସ୍ . ମିଲନ ଦୋରା , ଆର୍ . ସୁଶାନ୍ତ ଦୋରା ଓ କୁରେଶୁ ସେଠୀ । ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ କିଛି ଯୁବଗୋଷ୍ଠୀ ପକ୍ଷରୁ ସାହି ଗଳି କନ୍ଦିରେ ଗଣେଶ ପୁଜାକୁ ଧୁମଧାମରେ ପାଳନ କରିବା ଦିଗପହଣ୍ଡି ପୋଡାମାରୀ ରାସ୍ତା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ନିକଟସ୍ଥ ଚାଙ୍ଗୁଡିଦେବୀ ପାହାଡ ରାସ୍ତା ପାର୍ଶ୍ବରେ ପ୍ରଚୁର ମଦ୍ୟପାନ କରିଥିଲେ । କିଛି କଥା କଟାକଟିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଏହାର କିଛି କ୍ଷଣକ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣରେ ରାଜରାସ୍ତା ପାଲଟି ଯାଇଥିଲା ରଣକ୍ଷେତ୍ର ।

ଏହି ଘଟଣାରେ ଦିଗପହଣ୍ଡି ଅଞ୍ଚଳର କିଷାନ ବେହେରା , ସୁରେଶ ବେହେରା , ସୁଶାନ୍ତ ଦାସ , କ୍ଷୀରୋଦ ରେଡ୍ଡୀ ଓ ଡେଙ୍ଗାଓସ୍ତାର କୁରେଶୁ ସେଠୀ ଆହତ ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ଗୁରୁତର କିଷାନ ଓ ସୁରେଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ହେତୁ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା । ଏନେଇ ଦିଗପହଣ୍ଡି ସାହାଣୀ ସାହିର ସେକ ଲିଟୁ ନାମକ ଯୁବକ ଥାନାରେ ଅଭିଯୋଗ କରିଥିଲେ ।

ଏତଲାକୁ ଭିତ୍ତି କରି ଦିଗପହଣ୍ଡି ପୋଲିସ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗୋଟିଏ ପିସ୍ତଲ , ଦୁଇଟି ଜୀବନ୍ତ ଗୁଳି , ଛୁରୀ , ରୂପା ଚେଇନ୍ ସହ ପାଞ୍ଚୋଟି ମୋଟର ସାଇକେଲକୁ ଜବତ କରିଛି । ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଏହି ମାମଲାରେ ଅନ୍ୟ ୪ ରୁ ୫ ଯୁବକ ମଧ୍ୟ ସାମିଲ ରହିଥିବା ବେଳେ ସେମାନଙ୍କୁ ଯଥାଶୀଘ୍ର ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details