ରାୟଗଡ଼ା: ଭଡାଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଉପରୁ ଉଠିଲା ପରଦା । ପରକୀୟା ପ୍ରୀତି କାରଣରୁ ହତ୍ୟାକାଣ୍ଡ ଘଟିଥିବା ସ୍ପଷ୍ଟ ହେଲା । ମାମଲାରେ ସମ୍ପୃକ 3 ଯୁବକଙ୍କୁ ଗିରଫ କଲା ପୋଲିସ । ରାୟଗଡା ସହରର କପିଳାସ ରୋଡରେ ଗତ ୧ ତାରିଖରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ରାୟଗଡା ପୁଲିସ ।
3 ଜଣ ଯୁବକଙ୍କୁ ଗିରଫ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶଙ୍କର ପ୍ରସାଦ ଦ୍ଵିବେଦୀ । ସୂଚନା ଅନୁଯାୟୀ ମୃତ ଯୁବକ ବି. ରାଜୁ ଅଭିଯୁକ୍ତ ଲିଙ୍ଗାଳୁ ସୀମାଞ୍ଚଳମ ସହ ଗତ 6 ମାସ ମଧ୍ୟରେ ଘନିଷ୍ଠ ସମ୍ପର୍କ ହୋଇଥିବାରୁ ରାଜୁ ସୀମାଞ୍ଚଳମ ଘରକୁ ଯିବା ଆସିବା କରୁଥିଲେ । ଇତି ମଧ୍ୟରେ ସୀମାଞ୍ଚଳମଙ୍କ ସ୍ତ୍ରୀ ସହିତ ରାଜୁର ସମ୍ପର୍କ ଘନିଷ୍ଠ ହୋଇ ଉଠିଥିଲା । ଯାହାକି ପରବର୍ତ୍ତୀ ମୁହୂର୍ତ୍ତରେ ଦୁଇଜଣ ଫୋନରେ ଅଧିକ ସମୟ କଥାବାର୍ତ୍ତା ହେବା ସହ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା । ଏନେଇ ଜାଣିବା ପରେ ଲିଙ୍ଗାଳୁ ସୀମାଞ୍ଚଳମ ରାଜୁକୁ ମାରିବା ପାଇଁ ଯୋଜନା କରିଥିଲେ ।