ଜୟପୁର: ରାଜସ୍ଥାନରେ ଛାତିଥରା ଘଟଣା । ୧୩ ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ କଲେ ୧୬ । ଭରତପୁର ଜିଲ୍ଲାରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଚାରିରୁ ପାଞ୍ଚ ଜଣ ଆତ୍ମସମର୍ପଣ କରିଛନ୍ତି।
୧୩ ବର୍ଷୀୟ ନାବାଳିକାକୁ ଟେକିନେଇ ଗଣଦୁଷ୍କର୍ମ କଲେ ୧୬ - ରାଜସ୍ଥାନରେ ଦୁଷ୍କର୍ମ ମାମଲା
ରାଜସ୍ଥାନର ଭରତପୁର ଜିଲ୍ଲାରେ ୧୩ ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ କଲେ ୧୬ । ପୋଲିସର ଛାନଭିନ ଜାରି । ଅଧିକ ପଢନ୍ତୁ
ରାଜସ୍ଥାନରେ ଲଜ୍ଜା, ୧୩ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କଲେ ୧୬ ବ୍ୟକ୍ତି
ସୂଚନା ଅନୁଯାୟୀ ଡିଗର ଖୋହ ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଛି । ପୀଡିତା ଜଣକ ୧୧ ଫେବୃଆରୀରେ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କୁ ବାଇକରେ ଅପହରଣ କରିନେଇ ଚାଷ ଜମିରେ ଦୁଷ୍କର୍ମ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୀଡିତା ଜଣକ ଘରେ ପହଞ୍ଚି ଏହି ଘଟଣା ସମ୍ପର୍କରେ ଜଣାଇଥିଲେ । ଏହା ପରେ ପରିବାର ଲୋକେ ୧୩ ଫେବୃଆରୀରେ ଅଭିଯୋଗ କରିଥିଲେ।
ଏହି ଘଟଣାର ଅଭିଯୋଗ ପରେ ୧୬ ଅଭିଯୁକ୍ତଙ୍କ ମଧ୍ୟରୁ ୧୪ ଜଣଙ୍କ ପରିଚୟ ମିଳିଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।