ଭୁବନେଶ୍ବର:ଦିନ ଗଡୁଛି ସସପେନ୍ସ ବଢୁଛି । ଧିରେ ଧିରେ ଖୋଲିଛି ମନୀଷଙ୍କ ହତ୍ୟା ଗୁମର । ତଦନ୍ତ ଆଗକୁ ଆଗେଇବା ସହ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ମାକୁ ଆସିଛି । ପୋଲିସ ହେପାଜତରେ ଏବେ ୪ ସନ୍ଦିଗ୍ଧ ଥିବା ବେଳେ ଏବେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ମନିଷ ସାଉଥସିଟି ହୋଟଲକୁ ସାଙ୍ଗମାନଙ୍କ ସହ ଆସିଥିବା ବେଳେ ସେଠାରେ ବିଲ ପୈଠକୁ ନେଇ ସାଙ୍ଗଙ୍କ ସହ ବିବାଦ ହୋଇଥିବା ସୂଚନା ମିଳିଛି ।
ହୋଟେଲରେ ୩୫୦୦୦ ଟଙ୍କା ବିଲ ହୋଇଥିବା ବେଳେ ସାଙ୍ଗ ମାନଙ୍କ ସହ ମନୀଷଙ୍କ ବଚସା ହୋଇଥିଲା । ଫଳରେ ମନୀଷ ଘରୁ ଟଙ୍କା ଆଣି ବିଲ ପେମେଣ୍ଟ କରିଥିଲେ । ଏନେଇ ଆଜି ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଥିବା ଜଣାପଡିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ହୋଟେଲ ବିଲ୍ ପେମେଣ୍ଟକୁ ନେଇ ମନୀଷଙ୍କୁ ହତ୍ୟା କରାଯାଇନି ତ ?