ବାରିପଦା:ପୁଅ ଭୁଲିଗଲା ବାପାର ସ୍ନେହ । ଉଗ୍ର ରୂପ ନେଲା ପାରିବାରିକ ବିବାଦ । ଶେଷରେ ବାପାକୁ ହତ୍ୟା କରିବାକୁ ପଛାଇଲାନାହିଁ ପୁଅ । ବନ୍ଧୁକରୁ ଗୁଳି ଫୁଟାଇ ବାପାକୁ ହତ୍ୟା କଲା ପୁଅ (Son killed his Father), ଭୟରେ ଘଟଣାସ୍ଥଳରୁ ଫେରାର ହୋଇଗଲା ପିତୃହନ୍ତା ।ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କାଶୀକୁଣ୍ଡଳ ଗ୍ରାମରେ । ପାରିପାରିବ କଳହକୁ ନେଇ ଜଙ୍ଗଲ ଶିକାର ପାଇଁ ରଖିଥିବା ବନ୍ଧୁକରେ ବାପାକୁ ହତ୍ୟା କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ ପୁଅକୁ ଗିରଫ କଲା ପୋଲିସ । ଅଭିଯୁକ୍ତ ଜଣଙ୍କ ହେଉଛି କୈଳାସ ନାୟକ ।
ମିଳିଥିବା ସୂଚନା ଅନୁଯାୟୀ, କାଶୀ କୁଣ୍ଡଳ ଗ୍ରାମରେ ଟିଲୁ ନାୟକ ଓ ତାଙ୍କ ପୁଅ କୈଳାସଙ୍କ ମଧ୍ୟରେ କୌଣସି ଘରୋଇ କାରଣକୁ ନେଇ ଝଗଡ଼ା ହୋଇଥିଲା । ପରେ ଝଗଡା ଉଗ୍ରରୂପ ଧାରଣ କରିଥିଲା । ପୁଅ କୈଳାସ ହଠାତ ରାଗିଯାଇ ଜଙ୍ଗଲରେ ଶିକାର ପାଇଁ ରଖିଥିବା ବନ୍ଧୁକରେ ଗୁଳିକରି ବାପାକୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଉଦଳା ଡାକ୍ତରଖାନାକୁ ପଠାଇଥିଲା ।
ଏହାପରେ ଫେରାର ଥିବା ଅଭିଯୁକ୍ତ ପୁଅକୁ ବଡ଼ସାହି ଥାନା ଅଞ୍ଚଳରେ ଥିବା ଏଜ ଜଙ୍ଗଲରୁ ଗିରଫ କରିଥିଲା ଉଦଳା ପୋଲିସ । ତେବେ କେଉଁ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ରହିଛି । ଅଧିକ ତଦନ୍ତ ପାଇଁ କୈଳାସ ନାୟକକୁ ପଚାରା ଉଚୁରା କରୁଛି ପୋଲିସ । ଖୁବଶୀଘ୍ର ସତ ସତ ସାମ୍ନାକୁ ଆସିବା ନେଇ ଆଶା କରାଯାଉଛି ।