ସୁନ୍ଦରଗଡ଼:ଏଠାରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ସାମାନ୍ୟ ଝଗଡ଼ାରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ବାମୀ । ଜିଲ୍ଲା ତଳସରା ଥାନା ଭଣ୍ଡାରୀ ଶଙ୍କରାରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି । ଏଭଳି ଏକ ଅଭିଯୋଗରେ ନନ୍ଦୁ କରାଲୀ ନାମକ ଯୁବକଙ୍କୁ ପୋଲିସ ଗିରଫ କରିଛି ।
ଗତକାଲି(ମଙ୍ଗଳବାର) ରାତିରେ ନନ୍ଦୁ ଓ ତାଙ୍କ ପତ୍ନୀ ପୁଷ୍ପା ବାଘଙ୍କ ମଧ୍ୟରେ କୌଣସି ଏକ କାରଣକୁ ନେଇ କଥା କଟାକଟି ହୋଇଥିଲା । ଏହାପରେ ଆପୋଷ ବୁଝାମଣା ଉଭୟ ଶୋଇ ପଡ଼ିଥିଲେ । ତେବେ ବୁଧବାର ଭୋରରୁ ପତ୍ନୀ ଶୋଇଥିବାବେଳେ ନନ୍ଦୁ ପୁଷ୍ପାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ।