ଓଡିଶା

odisha

ETV Bharat / crime

ସ୍ତ୍ରୀ ଉପରକୁ ଏସିଡ ମାଡ ଘଟଣା; ଅଭିଯୁକ୍ତ ସ୍ୱାମୀକୁ ୧୦ବର୍ଷ କାରାଦଣ୍ଡ

ସ୍ତ୍ରୀ ଉପରକୁ ସ୍ବାମୀର ଏସିଡ ମାଡ ଘଟଣା । ଦୋଷୀ ସାବ୍ୟସ୍ତ ଅଭିଯୁକ୍ତ ସ୍ବାମୀକୁ ୧୦ ବର୍ଷ କାରାଦଣ୍ଡ ରାୟ ଶୁଣାଇଛନ୍ତି ଢେଙ୍କାନାଳ ଜିଲ୍ଲା ଦୌରା ଜଜ । ଅଧିକ ପଢନ୍ତୁ...

ସ୍ତ୍ରୀ ଉପରକୁ ଏସିଡ ମାଡ ଘଟଣା; ଅଭିଯୁକ୍ତ ସ୍ୱାମୀକୁ ୧୦ବର୍ଷ କାରାଦଣ୍ଡ
ସ୍ତ୍ରୀ ଉପରକୁ ଏସିଡ ମାଡ ଘଟଣା; ଅଭିଯୁକ୍ତ ସ୍ୱାମୀକୁ ୧୦ବର୍ଷ କାରାଦଣ୍ଡ

By

Published : Jul 30, 2021, 10:15 AM IST

ଢେଙ୍କନାଳ: ସ୍ତ୍ରୀ ଉପରକୁ ସ୍ବାମୀର ଏସିଡ ମାଡ ଘଟଣା । ଦୋଷୀ ସାବ୍ୟସ୍ତ ଅଭିଯୁକ୍ତ ସ୍ବାମୀକୁ ୧୦ ବର୍ଷ କାରାଦଣ୍ଡ ରାୟ ଶୁଣାଇଛନ୍ତି ଢେଙ୍କାନାଳ ଜିଲ୍ଲା ଦୌରା ଜଜ । ଯୋଜନା ମୁତାବକ ଅନ୍ୟ ଜଣେ ଯୁବକଙ୍କ ସହିତ ମିଶି ସ୍ତ୍ରୀ ଉପରକୁ ଏସିଡ ମାଡ କରିଥିଲା ସ୍ବାମୀ ।

ସ୍ତ୍ରୀ ଉପରକୁ ଏସିଡ ମାଡ ଘଟଣା; ଅଭିଯୁକ୍ତ ସ୍ୱାମୀକୁ ୧୦ବର୍ଷ କାରାଦଣ୍ଡ

ସ୍ବାମୀର ନିର୍ଯାତନା ସହି ନ ପାରି ବାଧ୍ୟ ହୋଇ ସ୍ବାମୀକୁ ଛାଡି ସୁଧାର ଗୃହରେ ଆଶ୍ରୟ ନେଇଥିଲେ ପତ୍ନୀ । ଏହା ପରେ ମଧ୍ୟ ସ୍ବାମୀର କୋପରୁ ବଞ୍ଚି ନଥିଲେ ପତ୍ନୀ । ପତି ପତ୍ନୀ ବିବାଦ କୋର୍ଟକୁ ଯାଇଥିଲା । ଫଳରେ ଯୋଜନ ମୁତାବକ ୨୦୧୬ ମସିହା ଡିସେମ୍ବର ୧୩ ତାରିଖରେ ରାସୋଳ ଥାନା ଅନ୍ତର୍ଗତ ସାତମାଇଲି ଛକ ନିକଟରେ ପତ୍ନୀ ରୁନି ରାସ୍ତାରେ ଯାଉଥିବାବେଳେ ପତ୍ନୀ ଉପରକୁ ଏସିଡ ମାଡ କରିଥିଲା ।

ଏହି ଘଟଣାରେ ଅଭିଯୁକ୍ତ ସ୍ବମୀ ବିକାଶ ଚନ୍ଦ୍ର ଗିରଫ କରାଯାଇଥିଲା । ମାମଲାର ଶୁଣାଣି କରି ଅଭିଯୁକ୍ତ ସ୍ବାମୀକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସ୍ବାମୀ ନିର୍ଯାତନା ସହି ନପାରି ସ୍ବାମୀକୁ ଛାଡି ଅନୁଗୋଳ ସ୍ଥିତି ସୁଧାର ଗୃହରେ ରହୁଥିଲେ । ହିନ୍ଦୋଳ କୋର୍ଟରେ ମାମଲା ରହିଥିବାରୁ ଘଟଣା ଦିନ କୋର୍ଟକୁ ଯାଉଥିଲେ ରୁନି । ଯୋଜନା ମୁତାବକ ସ୍ତ୍ରୀକୁ ଘରେ ଛାଡିଦେବା ବାହାନାରେ ବାଇକରେ ବସାଇ ନେଇଥିଲା । ବାଟରେ ଯୋଜନା ମୁତାବକ ଅନ୍ୟ ଜଣେ ଯୁବକଙ୍କ ମାଧ୍ୟମରେ ରୁନି ଉପରକୁ ଏସିଡ ମାଡ କରିଥିଲା । ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ଯୁବକ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଲା ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details