ରାଞ୍ଚି: ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ କର୍ଣ୍ଣାଟକ ପରେ ଝାଡଖଣ୍ଡରେ ଶ୍ରଦ୍ଧା ହତ୍ୟା ଘଟଣାର ପୁନରାବୃତ୍ତି । ସାତ ଜନ୍ମର ସାଥି ହେବାକୁ କଥା ଦେଇ ସଇତାନ ପାଲଟିଗଲା ସ୍ବାମୀ । ସ୍ତ୍ରୀକୁ ହତ୍ୟା ପରେ ଶରୀରରକୁ ୫୦ ଖଣ୍ଡ କରି ଦେଲା ସ୍ବାମୀ । ଝାଡଖଣ୍ଡର ସାହିବଗଞ୍ଜ ଜିଲ୍ଲାରୁ ସାମ୍ନାକୁ ଆସିଛି ଏପରି ଛାତିଥରା ଘଟଣା (Husband brutally murdered his wife in Sahibganj )। ମୃତ ମହିଳା ଜଣଙ୍କ ହେଉଛନ୍ତି ରୁବିକା ପହରିଆ । ଏନେଇ ସାହିବଗଞ୍ଜ ଏସପି ଅନୁରଞ୍ଜନ କିସପୋଟା ସୂଚନା ଦେଇଛନ୍ତି । ହତ୍ୟାକରୀ ଅଭିଯୁକ୍ତ ସ୍ବାମୀ ହେଉଛି ଦିଲଦାର ଅନସାରୀ ।
ସାହିବଗଞ୍ଜ ଏସପି କହିଛନ୍ତି ଯେ, ''ଅଭିଯୁକ୍ତ ଦିଲଦାର ଅନସାରୀ ରୁବିକାଙ୍କୁ ଦ୍ବିତୀୟ ବିବାହ କରିଥିଲେ । ଗତ କିଛି ଦିନ ହେବ ମୃତ ମହିଳା ଜଣଙ୍କ ନିଖୋଜ ଥିଲେ । ଏନେଇ ରୁବିକାଙ୍କ ସମ୍ପର୍କୀୟ ଶନିବାର ବାରିଓ ପୋଲିସ ଷ୍ଟେସନରେ ଏକ ନିଖୋଜ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ସେହି ଦିନ ରାତିରେ ମହିଳା ଶରୀର ୧୮ ଖଣ୍ଡ ମାଂସ ଖଣ୍ଡ ଜବତ କରିଥିଲା ''।