ଓଡିଶା

odisha

ETV Bharat / crime

ଯୌତୁକ ଜୁଇରେ ଜଳିଲେ ଗର୍ଭବତୀ, ଶାଶୁ ଶ୍ୱଶୁର ଗିରଫ

ବାହାଘରକୁ ୩ମାସ ନପୂରୁଣୁ ଅଧିକ ଯୌତୁକ ଦାବି କରି ନବ ବଧୂକୁ ତଣ୍ଟି ଚିପି ହତ୍ୟା କଲେ ଶାଶୁ ଓ ଶ୍ବଶୁର । ଏଭଳି ଅଭିଯୋଗ ଆସିଛି ଯାଜପୁରରୁ । ଅଧିକ ପଢନ୍ତୁ

By

Published : Aug 27, 2022, 1:38 PM IST

ଯୌତୁକ ଜୁଇରେ ଜଳିଲେ ଗର୍ଭବତୀ, ଶାଶୁ ଶ୍ୱଶୁର ଗିରଫ
ଯୌତୁକ ଜୁଇରେ ଜଳିଲେ ଗର୍ଭବତୀ, ଶାଶୁ ଶ୍ୱଶୁର ଗିରଫ

ଯାଜପୁର: ପୁଣି ସାମ୍ନାକୁ ଆସିଲା ବଧୂହତ୍ୟା ଅଭିଯୋଗ । ଯୌତୁକ ଜୁଇରେ ଜଳିଲା ଗର୍ଭବତୀ । ବାହାଘରକୁ ୩ ମାସ ନପୁରୁଣୁ ଅଧିକ ଯୌତୁକ ଦାବି କରି ନବ ବଧୂକୁ ତଣ୍ଟି ଚିପି ହତ୍ୟା କଲେ ଶାଶୁ ଓ ଶ୍ବଶୁର । ଏନେଇ ଥାନାରେ ଅଭିଯୋଗ ପରେ ଶାଶୁ ଶ୍ୱଶୁରଙ୍କୁ ବାନ୍ଧିଲା ପୋଲିସ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ନଳାଙ୍ଗ ଗ୍ରାମରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ପ୍ରିୟଙ୍କା ।

ଯୌତୁକ ଜୁଇରେ ଜଳିଲେ ଗର୍ଭବତୀ, ଶାଶୁ ଶ୍ୱଶୁର ଗିରଫ

ମିଳିଥିବା ସୂଚନା ଅନୁଯାୟୀ କୁଆଖିଆ ବରଜଙ୍ଗା ଅଞ୍ଚଳର ଲକ୍ଷ୍ମୀଧର ଦଳାଇଙ୍କ ଝିଅ ପ୍ରିୟଙ୍କା 2022 ଜୁନ ମାସ 7 ତାରିଖରେ ବୈଦିକ ରୀତିନୀତି ଅନୁଯାୟୀ ନଳାଙ୍ଗ ଗ୍ରାମର ଆନନ୍ଦ ଚନ୍ଦ୍ର ନାୟକଙ୍କ ପୁଅ ଅସୀମ ସଙ୍କେତ ନାୟକଙ୍କ ସହ ବାହାଘର ହୋଇଥିଲା । ବାହାଘର ସମୟରେ 1 ଲକ୍ଷ ଟଙ୍କା ସହ ସୁନା ଗହଣା ଓ ଆସବାବପତ୍ର ବାପାଘର ଲୋକ ଯୌତୁକ ଆକାରରେ ଦେଇଥିଲେ ।

ତେବେ ଯୌତୁକ ବାବଦରେ ଏସବୁ ଦେବା ସତ୍ତ୍ବେ ଶ୍ୱଶୁର ଘର ଲୋକ 5 ଲକ୍ଷ ଟଙ୍କା ଯୌତୁକ ଦାବି କରି ବାରମ୍ବାର ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ । ତେବେ ପ୍ରିୟଙ୍କାଙ୍କ ସ୍ୱାମୀ ଘରେ ନଥିବା ସମୟରେ ଶ୍ୱଶୁର ଓ ଶାଶୁ ତାଙ୍କୁ ହତ୍ୟା କରିଥିବା ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ ବୋହୂକୁ ହତ୍ୟା କରିଥିବା ନେଇ ପୋଲିସ ସମ୍ମୁଖରେ ଶାଶୁ ଓ ଶ୍ୱଶୁର ସ୍ୱୀକାର କରିଥିବା ଜଣାପଡିଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲକୁ ପଠାଇଥିବା ବେଳେ ଏହି ଘଟଣା ରେ ଶ୍ୱଶୁର ଓ ଶାଶୁଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛି । ଏହି ଘଟଣା ନେଇ ମୃତ ମହିଳାଙ୍କ ପରିବାର ଓ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ମହିଳାଙ୍କ ସ୍ବାମୀ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ABOUT THE AUTHOR

...view details