ଓଡିଶା

odisha

ETV Bharat / crime

ଗୋଟିଏ ପରିବାରର ତିନି ଜଣଙ୍କୁ ବିଭତ୍ସ ହତ୍ୟା, ଭୟରେ ଗାଁ ଛାଡିଲେ ପଡୋଶୀ - ଝାଡଖଣ୍ଡ ହତ୍ୟାକାଣ୍ଡ

ଝାଡଖଣ୍ଡରେ ଗୋଟିଏ ପରିବାରର ତିନି ଜଣଙ୍କୁ ବିଭତ୍ସ ଭାବେ ହତ୍ୟା କରାଯିବା ପରେ ଗ୍ରାମରେ ଖେଳିଯାଇଛି ଭୟର ବାତାବରଣ । ପୋଲିସ ସାମ୍ନାରେ ମୁହଁ ଖୋଲିବାକୁ ନାରାଜ ଗ୍ରାମବାସୀ । ଅଧିକ ପଢନ୍ତୁ

ଝାଡଖଣ୍ଡରେ ଗୋଟିଏ ପରିବାରର ତିନି ଜଣଙ୍କୁ ବିଭତ୍ସ ହତ୍ୟା, ଭୟରେ ଗାଁ ଛାଡିଲେ ଲୋକେ
ଝାଡଖଣ୍ଡରେ ଗୋଟିଏ ପରିବାରର ତିନି ଜଣଙ୍କୁ ବିଭତ୍ସ ହତ୍ୟା, ଭୟରେ ଗାଁ ଛାଡିଲେ ଲୋକେ

By

Published : Sep 3, 2022, 2:47 PM IST

ରାଞ୍ଚି: ଝାଡଖଣ୍ଡରେ ତ୍ରିପଲ ମର୍ଡର । ଖୁଣ୍ଟି କୋଡଲେବ ଅଞ୍ଚଳରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ଗୋଟିଏ ପରିବାରର ତିନି ଜଣଙ୍କୁ ଅତି ବିଭିତ୍ସଭାବେ ହତ୍ୟା କରାଯିବା ପରେ ଗ୍ରାମରେ ଖେଳିଯାଇଛି ଭୟର ବାତାବରଣ । ଭୟରେ ଗାଁର ପୁରୁଷମାନେ ଗାଁ ଛାଡିବାରୁ ମୃତଦେହ କାନ୍ଧରେ ଧରି ଜଙ୍ଗଲ ରାସ୍ତାରେ ଚାଲିଲା ପୋଲିସ । ଗତ ବୁଧବାର ବିଳମ୍ବିତ ରାତିରେ ଗ୍ରାମର ମୁଖିଆବାୟର ସିଂଙ୍କ ପରିବାରର ୩ଜଣଙ୍କୁ ହତ୍ୟା କରାଯାଇଥିଲା ।

ଏହି ହତ୍ୟାକାଣ୍ଡ ନେଇ ଶୁକ୍ରବାର ପୋଲିସ ଖବର ପାଇ ଗ୍ରାମରେ ପହଞ୍ଚିଥିଲା । କିନ୍ତୁ ଗ୍ରାମରେ ମହିଳା ଓ ଛୋଟ ପିଲା ନଜରକୁ ଆସିଥିବାବେଳେ, ଭୟରେ ପୁରୁଷ ମାନେ ଗାଁ ଛାଡିଥିବା ଜାଣିବାକୁ ପାଇଥିଲା ପୋଲସ । କିନ୍ତୁ ହତ୍ୟାକାଣ୍ଡ ବିଷୟରେ ପଚାରିବାରୁ ପୋଲିସ ସାମ୍ନାରେ କେହି ମୁହଁ ଖୋଲିବାକୁ ପ୍ରସ୍ତୁତ ନଥିଲେ । ତେବେ ଘଟିଥିବା ହତ୍ୟାକାଣ୍ଡ ସମ୍ପର୍କରେ ଗ୍ରାମବାସୀ କୌଣସି ସୂଚନା ଦେଉନଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି । ଏଠି ପ୍ରଶ୍ନ ଉଠୁଛି କାହା ଭୟରେ ଭୟଭିତ ହୋଇ ଗ୍ରାମବାସୀ ମୁହଁ ଖୋଲିବାକୁ ଡରୁଛନ୍ତି ।

ଝାଡଖଣ୍ଡରେ ଗୋଟିଏ ପରିବାରର ତିନି ଜଣଙ୍କୁ ବିଭତ୍ସ ହତ୍ୟା, ଭୟରେ ଗାଁ ଛାଡିଲେ ଲୋକେ

ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା

ଅଡକି କୋଡଲେବେ ଗାଁର ମୁଖିଆ ବାୟର ସିଂଙ୍କ ପରିବାରରକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ପ୍ରଥମେ ବାୟର ସିଂ ମୁଣ୍ଡାଙ୍କୁ ଗୋଟିଏ ସ୍ଥାନକୁ ନିଆଯାଇ ହତ୍ୟା କରାଯାଇଥିବାବେଳେ, ଘରଠାରୁ ଶହେ କିଲୋମିଟର ଦୂରରେ ମୁଖିଆଙ୍କ ପୁଅ ଓ ବୋହୂଙ୍କୁ ହତ୍ୟା କରାଯାଇଥିଲା । ତେବେ ମୃତ୍ୟୁ ବିଷୟରେ ପରିବାର ଲୋକେ ଜାଣିଥିଲେ ମଧ୍ୟ କେହି ମୁହଁ ଖୋଲିବାକୁ ନାରାଜ । ଏହି ହତ୍ୟାକାଣ୍ଡରେ ଅଳ୍ପକେ ବର୍ତ୍ତି ଯାଇଥିଲେ ବାୟର ସିଂ ମୁଣ୍ଡାଙ୍କ ନାତି । ତେବେ ଘଟଣାର ୪୦ ଘଣ୍ଟାପରେ ପୋଲିସ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । କେଉଁ କାରଣକୁ କେନ୍ଦ୍ର କରି ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ସେନେଇ ସୂଚନା ମିଳିନାହିଁ ।

ଧାରୁଆ ଅସ୍ତ୍ର ଓ ବାଡିରେ ହତ୍ୟା

ମୃତକ ତିନି ଜଣଙ୍କୁ ଧାରୁଆ ଅସ୍ତ୍ର, ବାଡି ଓ ପଥରେ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ କହିଥିବାବେଳେ ହତ୍ୟାର କାରଣ କହିବାକୁ ଡରୁଛନ୍ତି ଗ୍ରାମବାସୀ । ଏହି ହତ୍ୟାକାଣ୍ଡପରେ ଗ୍ରାମସଭା ଅନୁଷ୍ଠିତ ହୋଇଥିବା ଓ ମୃତଦେହକୁ ପୋତି ଦେବା ପାଇଁ ପ୍ରସ୍ତୁତ ଚାଲିଥିଲା । ଏନେି ଖବର ପ୍ରାସରିତ ହେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା ଏବଂ ଆହତ ଶିଶୁକୁ ଚିକିତ୍ସା ପାଇଁ ପଠାଇଥିଲା ।

ଏହି ଗ୍ରାମକୁ ରାସ୍ତା ନଥିବାରୁ ପୋଲିସ ଚାଲି ଚାଲି ଗ୍ରାମରେ ପହଞ୍ଚିଥିଲା । ଏହାପରେ ମୃତଦେହକୁ କାନ୍ଧରେ ଧରି ପୋଷ୍ଟମର୍ଟମ ପାଇଁ ଆଣିଥିୱଲା । ଏହି ସମୟରେ ଗ୍ରାମବାସୀ ନିରବ ରହିଥିବାବେଳେ ତଦନ୍ତ ପରେ ସତ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।

ABOUT THE AUTHOR

...view details