ମୁମ୍ବାଇ: ମହାରାଷ୍ଟ୍ରରେ ଛାତିଥରା ଘଟଣା । ଦୀର୍ଘ ୬ମାସ ଧରି ଜଣେ ନାବାଳିକା ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ । ଜଣେ କି ଦୁଇ ଜଣ ନୁହେଁ ୪୦୦ ଜଣ ଗଣଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି । ଏବେ ନାବାଳିକା ଜଣଙ୍କ ୨ ମାସର ଗର୍ଭବତୀ ଥିବା ଜଣାପଡିଛି । ଏନେଇ ନାବାଳିକା ଜଣଙ୍କ ଥାନାରେ ଅଭିଯୋଗ କରିବା ଚାଇଲ୍ଡ ମ୍ୟାରେଜ ଆକ୍ଟ, ଦୁଷ୍କର୍ମ, ନିର୍ଯାତନା ଏବଂ POCSO ଆକ୍ଟ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ମହାରାଷ୍ଟ୍ରରେ ଚାଞ୍ଚଲ୍ୟ: ୬ ମାସ ଧରି ନାବାଳିକାକୁ ଗଣଦୁଷ୍କର୍ମ, ୪୦୦ ଜଣଙ୍କ ନାଁରେ ଅଭିଯୋଗ
ଦୀର୍ଘ ୬ମାସ ଧରି ଜଣେ ନାବାଳିକା ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ । ୪୦୦ ଜଣ ଗଣଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ କଲେ ପୀଡିତା । ଅଧିକ ପଢନ୍ତୁ
ମହାରାଷ୍ଟ୍ରରେ ଲଜ୍ଜା : ୬ମାସ ଧରି ନାବାଳିକାଙ୍କୁ ଗଣଦୁଷ୍କର୍ମ, ୪୦୦ ଜଣଙ୍କ ନାଁରେ ଥାନାରେ ମାମଲା
ଏନେଇ ବିଡ୍ ଏସ୍ପି ରାଜା ରାମାସାମି ସୂଚନା ଦେଇ କହିଛନ୍ତି ଯେ, ମହାରାଷ୍ଟରର ବିଡ ଅଞ୍ଚଳରେ ଗତ ୬ମାସ ମଧ୍ୟରେ ଜଣେ ବିବାହିତ ନାବାଳିକାଙ୍କୁ ୪୦୦ ଜଣ ଗଣଦୁଷ୍କର୍ମ କରିଥିଲେ । ଏନେଇ ପୀଡିତା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ଏପରିକି କିଛି ପୋଲିସ କର୍ମଚାରୀ ମଧ୍ୟ ତାଙ୍କୁ ଯୌନଶୋଷଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ