ଓଡିଶା

odisha

By

Published : Apr 10, 2022, 4:59 PM IST

ETV Bharat / city

ଅସହାୟ ଯୋଗେଶ: ଘର ନଥିବାରୁ କୁଡିଆରେ କଟୁଛି ଦିନ, ମଞ୍ଚାରେ କଟୁଛି ରାତି

ଗରିବ ଓ ଅସହାୟଙ୍କ ପାଇଁ ସରକାରଙ୍କ କାହିଁ କେତେ ଯୋଜନା । ହେଲେ ଏସବୁରୁ ବଞ୍ଚିତ ସମ୍ବଲପୁର ବଡରମା ଗ୍ରାମ ପଞ୍ଚାୟତ ବିଶ୍ବାଲପାଲି ଗ୍ରାମ ଚନ୍ଦ୍ରଡିହି ପଡାର ଯୋଗେଶ ସିଂ । ସରକାରୀ ଯୋଜନାରେ ପକ୍କା ଘର ନ ମିଳିବାରୁ ଦିନରେ କୁଡିଆ ଓ ରାତିରେ ମଞ୍ଚା ଉପରେ କଟୁଛି ଜୀବନ । ଅଧିକ ପଢନ୍ତୁ

ଅସହାୟ ଯୋଗେଶ:  ଘର ନଥିବାରୁ କୁଡିଆରେ କଟୁଛି ଦିନ, ମଞ୍ଚାରେ କଟୁଛି ରାତି
ଅସହାୟ ଯୋଗେଶ: ଘର ନଥିବାରୁ କୁଡିଆରେ କଟୁଛି ଦିନ, ମଞ୍ଚାରେ କଟୁଛି ରାତି

ସମ୍ବଲପୁର: ଗରିବ ଓ ଅସହାୟଙ୍କ ପାଇଁ ସରକାରଙ୍କ କାହିଁ କେତେ ଯୋଜନା । ହେଲେ ଏସବୁରୁ ବଞ୍ଚିତ ସମ୍ବଲପୁର ବଡରମା ଗ୍ରାମ ପଞ୍ଚାୟତ ବିଶ୍ବାଲପାଲି ଗ୍ରାମ ଚନ୍ଦ୍ରଡିହି ପଡାର ଯୋଗେଶ ସିଂ । ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଯୋଜନା ପରେ ଯୋଜନାର ଡିଣ୍ଡିମ ପିଟୁଥିବା ବେଳେ ଖଣ୍ଡେ ପକ୍କା ଘର ଯେମିତି ସାତ ସପନ ପାଲଟିଛି ଯୋଗେଶଙ୍କ ପାଇଁ । କେନ୍ଦ୍ର ସରକାରଙ୍କ ଆବାସ ଯୋଜନା ହେଉ ଅବା ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର, ଏସବୁଥିରୁ ବଞ୍ଚିତ ଯୋଗେଶ ।

ଅସହାୟ ଯୋଗେଶ: ଘର ନଥିବାରୁ କୁଡିଆରେ କଟୁଛି ଦିନ, ମଞ୍ଚାରେ କଟୁଛି ରାତି

ପରିବାର କହିଲେ ସ୍ତ୍ରୀ ଓ ୩ ପିଲା । ଗ୍ରୀଷ୍ମର ଦାଉରୁ ରକ୍ଷା ପାଇବା ପାଇଁ ଏବେ ଘର ନଥିବାରୁ ଜଙ୍ଗଲ ମଧ୍ୟରେ ବଞ୍ଚିବାକୁ ସଂଗ୍ରାମ କରୁଛନ୍ତି ଯୋଗେଶଙ୍କ ପରିବାର । ଜଙ୍ଗଲ ମଧ୍ୟରେ ଗ୍ରୀଷ୍ମର ଦାଉରୁ ରକ୍ଷା ପାଇବା ପାଇଁ ଏକ ଛୋଟ କୁଡିଆ ଘରେ ଦିନ ବିତୁଥିବାବେଳେ ରାତି ହେଲେ ଜୀବଜନ୍ତୁଙ୍କ ଭୟରେ ମଞ୍ଚା ଉପରେ ରାତ୍ରିଯାପନ କରୁଛନ୍ତି ।

କିଛି ଦିନ ପୂର୍ବରୁ ଗାଁରେ ଥିବା ଯୋଗେଶଙ୍କ ମାଟି ଘର ଭାଙ୍ଗି ଯାଇଥିଲା। ଏହା ପରେ ସରକାରୀ ଯୋଜନାରେ ଘରଟିଏ ପାଇବା ପାଇଁ ସେ ବ୍ଲକ ଅଫିସକୁ ଯାଇଥିଲେ । କିନ୍ତୁ କୌଣସି ସୁଫଳନମିଳିବାରୁ ଜଙ୍ଗଲ ଭିତରେ କଟୁଛି ଯୋଗେଶଙ୍କ ଜୀବନ । ଜଙ୍ଗଲ ମଧ୍ୟରେ ତାଙ୍କ ପତ୍ନୀ କମଳିନୀ ସିଂ, 9 ବର୍ଷର ପୁଅ ରାଜା, 7 ବର୍ଷର ଝିଅ ରାଜଶ୍ରୀ ଓ 8 ମାସ ଶିଶୁ ବଜେଶ୍ୱର ସିଂ ରହୁଛନ୍ତି ।

ଏନେଇ ବଡରମା ପଞ୍ଚାୟତ ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି ଯେ 2 ବର୍ଷ ହେଲା ଆବାସ ଯୋଜନାରେ ଘର ଆସି ନଥିବାରୁ ଯୋଗେଶଙ୍କୁ ଘର ମିଳିନି। ତେବେ ଯୋଗେଶଙ୍କୁ ସରକାରୀ ଯୋଜନାରେ ସାମିଲ କରିବା ନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବେ ବୋଲି କହିଛନ୍ତି ସ୍ଥାନୀୟ ଜିଲ୍ଲା ପରିଷଦ । ଯଥା ଶୀଘ୍ର ଯୋଗେଶଙ୍କୁ ସରକାରୀ ଯୋଜନାରେ ଏକ ଘର ଯୋଗାଇବାକୁ ଦାବି କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details