ସମ୍ବଲପୁର :ମାଆ ମୁହଁରେ ନିଆଁ ଦେଇ ପାରିଲାନି ଏକମାତ୍ର ଜନ୍ମକଲା ପୁଅ । ଶେଷ ସମୟରେ ମାଆର ମୃତଦେହକୁ କାନ୍ଧ ଦେବା ସହ ମୁଖାଗ୍ନି ଦେଇଛନ୍ତି ୬ ବିବାହିତା ଝିଅ । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଗୁଜୁରାଟୀ କଲୋନୀରେ।
ସମ୍ବଲପୁରର ସ୍ବର୍ଗତ ଭୁବନ ସାହୁଙ୍କ ସ୍ତ୍ରୀ ଶ୍ରୀମତି ସାହୁ ସ୍ବାମୀଙ୍କ ମୃତ୍ଯୁ ପରେ ପୁଅ ନ ପଚାରିବାରୁ ୧୫ ବର୍ଷ ହେବ ଗୁଜୁରାଟୀ କଲୋନୀରେ ରହୁଥିଲେ । ତେବେ ଆଜି(ଗୁରୁବାର) ତାଙ୍କର ମୃତ୍ଯୁ ପରେ ପୁଅ ଶେଷ ଦର୍ଶନ କି ମୁଖାଗ୍ନି ଦେବା ପାଇଁ ଆସି ନ ଥିଲା । ଫଳରେ ମାଆର ମୃତ୍ୟୁ ପରେ ଛଳ ଛଳ ଆଖିରେ କୋକୋଇକୁ କାନ୍ଧ ଦେଇଥିଲେ 6 ଝିଅ ସୁଶୀଳା, ନିର୍ମଳା, ଉର୍ମିଳା, ଶର୍ମିଳା, ପ୍ରମିଳା ଓ ସୁନୀଳା ।