ଓଡିଶା

odisha

ମମିତା ହତ୍ୟାକାଣ୍ଡ ଘଟଣା, CBI ତଦନ୍ତ ଦାବିରେ ପଶ୍ଚିମ ଓଡିଶା ଯୁବା ମଞ୍ଚର ବିକ୍ଷୋଭ

By

Published : Oct 23, 2021, 8:19 PM IST

ମମିତା ମେହେର ମର୍ଡର ଘଟଣାରେ ସମ୍ବଲପୁରରେ ପ୍ରତିବାଦ କଲା ପଶ୍ଚିମ ଓଡିଶା ଯୁବା ମଞ୍ଚ । ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେଲେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ମଞ୍ଚ । ଅଧିକ ପଢନ୍ତୁ...

ମମିତା ହତ୍ୟାକାଣ୍ଡ ଘଟଣା, CBI ତଦନ୍ତ ଦାବିରେ ପଶ୍ଚିମ ଓଡିଶା ଯୁବା ମଞ୍ଚର ବିକ୍ଷୋଭ
ମମିତା ହତ୍ୟାକାଣ୍ଡ ଘଟଣା, CBI ତଦନ୍ତ ଦାବିରେ ପଶ୍ଚିମ ଓଡିଶା ଯୁବା ମଞ୍ଚର ବିକ୍ଷୋଭ

ସମ୍ବଲପୁର: ସାରା ରାଜ୍ୟରେ ଏବେ ମମିତା ମେହେର ମର୍ଡର ବିରୋଧରେ ପ୍ରତିବାଦର ନିଆଁ ଜଳିବାରେ ଲାଗିଛି । ଆଉ ଏହି ହତ୍ୟାକାଣ୍ଡ ଘଟଣାରେ ପଶ୍ଚିମ ଓଡିଶା ଯୁବା ମଞ୍ଚ ରାଜରାସ୍ତାକୁ ଓହ୍ଲାଇଛି । ଏନେଇ ଆଜି(ଶନିବାର) ପଶ୍ଚିମ ଓଡିଶା ଯୁବା ମଞ୍ଚର ଯୁବକ ଯୁବତୀମାନେ ଏହି ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିରୋଧୀ ଦଳ ଗୁଡ଼ିକର ଉଦାସୀନତା ଉପରେ ପ୍ରଶ୍ନ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ, ମମିତାଙ୍କ ପରିବାରକୁ ନ୍ୟାୟ ଓ ଘଟଣାର CBI ତଦନ୍ତ ଦାବି କରିଛି ପଶ୍ଚିମ ଓଡିଶା ଯୁବା ମଞ୍ଚ ।

ମମିତା ହତ୍ୟାକାଣ୍ଡ ଘଟଣା, CBI ତଦନ୍ତ ଦାବିରେ ପଶ୍ଚିମ ଓଡିଶା ଯୁବା ମଞ୍ଚର ବିକ୍ଷୋଭ

ସେପଟେ ଏହି ଆନ୍ଦୋଳନରେ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାର ଯୁବକ ଯୁବତୀମାନେ ଆସି ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସମ୍ବଲପୁର ଅଇଁଠାପାଲି ଛକରୁ ଉତ୍ତରାଞ୍ଚଳ DIGଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।

ପରେ ଏନେଇ ଡିଆଇଜିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ରାଜ୍ୟ ସରକାର କୋହଳ ମନୋବୃତ୍ତି ପୋଷଣ କଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ମଞ୍ଚ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details