ଓଡିଶା

odisha

ETV Bharat / city

ଚୌକିଦାରକୁ ହଟାଇବା ପାଇଁ ଲାଗି ପଡିଛନ୍ତି ଭ୍ରଷ୍ଟାଚାରୀ: ନରେନ୍ଦ୍ର ମୋଦି - odisha bjp

ସମ୍ବଲପୁର ଠାରେ ଆୟୋଜିତ ହୋଇଥିବା ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ବିଭିନ୍ନ ପ୍ରସଙ୍ଗରେ ଉଭୟ ବିଜେଡି ଏବଂ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।

ଫଟୋ ସୌଜନ୍ୟ: ଟ୍ୱିଟର@BJP4Odisha

By

Published : Apr 16, 2019, 2:21 PM IST

Updated : Apr 16, 2019, 5:47 PM IST


ସମ୍ବଲପୁର: ଓଡିଶା ଆସିବା ମୋ ପାଇଁ ତୀର୍ଥଯାତ୍ରା । ବୀରପୁରୁଷଙ୍କ ଜନ୍ମ ମାଟି ହେଉଛି ଓଡିଶା । ଏଠାକୁ ଗସ୍ତ କରିବା ଅବସରରେ ମୁଁ ସେମାନଙ୍କୁ ପ୍ରଣାମ କରିବା ସହ ମା ସମଲେଇଙ୍କ ଆଶୀର୍ବାଦ କାମନା କରୁଛି । ସମ୍ବଲପୁର ଠାରେ ଆୟୋଜିତ ହୋଇଥିବା ବିଜୟ ସଙ୍କଳ୍ପ ସମାବେଶକୁ ସମ୍ବୋଧନ କରିବା ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ଏହି ସମାବେଶରେ ଯୋଗ ଦେଇଥିବା ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବା ଅବସରରେ ସେ ବିଭିନ୍ନ ପ୍ରସଙ୍ଗରେ ବିରୋଧି କଂଗ୍ରେସ ଏବଂ ବିଜେଡି ଉପରେ ପାଲଟା ଆକ୍ରମଣ କରିଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥା ଦ୍ବାରା ଲୋକଙ୍କୁ ଯୋଗାଇ ଦିଆଯାଉଥିବା ଚାଉଳରେ ରାଜ୍ୟ ଅପେକ୍ଷା ଅଧିକ ପରିମାଣର ସବ୍‌ସିଡି ଲୋକଙ୍କୁ ଯୋଗାଉଛି କେନ୍ଦ୍ର । ମାତ୍ର ଓଡିଶା ସରକାର ଏହାକୁ ନିଜର ବୋଲି ପ୍ରଚାର କରିବା ସହ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି ।

ଭାରତକୁ ବଳ ଯୋଗାଉଛି ଓଡିଶାର ଖଣିଜ ଓ ବନ ସମ୍ପଦ । ଏହି ଅଞ୍ଚଳରେ ରହୁଥିବା ବନବାସୀ ଆଜି ମଧ୍ୟ ଅବହେଳିତ ଅବସ୍ଥାରେ ରହିଛନ୍ତି । ଆସନ୍ତା ୨୦୨୨ ମସିହା ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗରିବ, ବଞ୍ଚିତ, ପଛୁଆବର୍ଗ, ଏବଂ ଆଦିବାସୀ ପରିବାରକୁ ପକ୍କା ଘର ଯୋଗାଇ ଦେବା ଆମର ଲକ୍ଷ୍ୟ ।

ପାଣି ଭଳି ମୌଳିକ ସମସ୍ୟାକୁ ଆମେ ସରକାର ଯତ୍ନବାନ । କ୍ଷମତାକୁ ଆସିବା ପରେ ଜଳଶକ୍ତି ମନ୍ତ୍ରାଳୟ ଗଠନ କରାଯିବ । ଏହା ଦ୍ବାରା ଦେଶରେ ଥିବା ନଦୀ, ସମୁଦ୍ର ଭଳି ଜଳଉତ୍ସ ଓ ବର୍ଷାଜଳକୁ ସଂଗ୍ରହ କରି ଆମେ ବ୍ୟବସ୍ଥିତ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇବୁ l ସେହିପରି କୃଷକଙ୍କ ସମସ୍ୟା ପ୍ରତି ଆମ ସରକାର ସଜାଗ । କ୍ଷମତାକୁ ଆସିବା ପରେ କୃଷକଙ୍କ ବ୍ୟାଙ୍କ ଖାତାରେ ସେମାନଙ୍କର ସହାୟତା ରାଶି ଯୋଗାଇ ଦିଆଯିବ । ଯେଉଁଥିରେ କୌଣସି ଦଲାଲଙ୍କର ଭାଗ ରହିବ ନାହିଁ ।

ଗରିବଙ୍କ ବିକାଶ ପାଇଁ ଆମ ସରକାର ଦୃଢପ୍ରତିଶ୍ରୁତିବଦ୍ଧ । ଆପଣଙ୍କର ଏହି ଚୌକିଦାର ସରକାର ଆପଣଙ୍କ ନିକଟକୁ ୧୦୦ ପଇସା ପଠାଉଛି । ଯାହା ପୁରାପୁରି ଭାବେ ଆପଣଙ୍କ ପାଇଁ ଖର୍ଚ୍ଚ ହେଉଛି । ଆମ ସରକାରଙ୍କ ପାଖରେ ଅର୍ଥର କୌଣସି ଅଭାବ ନାହିଁ କେବଳ ଏହାର ସଠିକ ବିନିଯୋଗ କରିବାର ଆବଶ୍ୟକତା ରହିଛି ।

ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଭଳି ପ୍ରସଙ୍ଗରେ ଉଭୟ ବିଜେଡି ଏବଂ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ସରକାର ଖଣି ଏବଂ ଚିଟପଣ୍ଡ ମାଫିଆଙ୍କୁ ସୁରକ୍ଷା ଦେଉଛି । ମାତ୍ର ଏ ଚୌକିଦାର ବହୁ ବର୍ଷ ଧରି ଚାଲି ଆସୁଥିବା ଖଣି ନିୟମକୁ ବଦଳାଇ ଦେଇଛି । ବିରୋଧିଙ୍କ ଦ୍ବାରା କରାଯାଇଥିବା ଭ୍ରଷ୍ଟାଚାର ବିରୋଧରେ ଯେତେବେଳେ କାର୍ଯ୍ୟାନୁଷ୍ଠାନ ସେତେବେଳେ ସେମାନଙ୍କୁ ଏତେ କଷ୍ଟ ହେଲା ଯେ ସେମାନେ ଚୌକିଦାରକୁ ହଟାଇବା ପାଇଁ ଲାଗି ପଡିଛନ୍ତି।

ଆମ କ୍ଷମତାକୁ ଆସିବା ପୂର୍ବରୁ ଆପଣ ଦିଲ୍ଲୀରେ ଏକ ମଜବୁର ଏବଂ ଭ୍ରଷ୍ଟ ସରକାର ଦେଖିଥିଲେ l ତାହା ଏଭଳି ସରକାର ଥିଲା ଯିଏକି ଚିନି ଠାରୁ ରାସନ ପର୍ଯ୍ୟନ୍ତ ସବୁଥିଲେ ଘୋଟଲା କରୁଥିଲା l ଏପରିକି କୃଷକଙ୍କୁ ମିଳୁଥିବା ୟୁରିଆରେ ମଧ୍ୟ ଘୋଟଲା କରିବାକୁ ପଛଘୁଞ୍ଚା ଦେଉନଥିଲା ସ୍ବାଧୀନତା ପର ଠାରୁ ଦେଶରେ ଭ୍ରଷ୍ଟାଚାର ଚାଲୁଥିଲେ ମଧ୍ୟ କିଏ ଏହାକୁ ଅଟକାଉ ନଥିଲେ । ମାତ୍ର ଏବେ ସେମାନେ ଚେତିବା ଆରମ୍ଭ କଲେଣି ।

ସମ୍ବଲପୁରରୁ ବାଦଶାହା ଜୁସ୍‌ମନ ରଣା, ଈଟିଭି ଭାରତ

Last Updated : Apr 16, 2019, 5:47 PM IST

ABOUT THE AUTHOR

...view details