ଓଡିଶା

odisha

ETV Bharat / city

VSSUTର 6 ଛାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ପ୍ରତି ଛାତ୍ର ଗଣିବେ ୧୫ ହଜାର - ଭିସୁଟରେ ରାଗିଂ ଘଟଣା

VSSUT ଇଞ୍ଜିନିୟରିଂ ୟୁନିଭରସିଟିରେ ଛାତ୍ରଙ୍କୁ ରାଗିଙ୍ଗ ଘଟଣାରେ 6 ଜଣ ଛାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ଭିସୁଟରେ ରାଗିଙ୍ଗ ଘଟଣା : 6 ଛାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ
ଭିସୁଟରେ ରାଗିଙ୍ଗ ଘଟଣା : 6 ଛାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

By

Published : Jan 14, 2022, 6:24 PM IST

Updated : Jan 14, 2022, 7:04 PM IST

ସମ୍ବଲପୁର: ବୁର୍ଲା VSSUT ଇଞ୍ଜିନିୟରିଂ ୟୁନିଭରସିଟିରେ ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ରଙ୍କ ରାଗିଂ ଘଟଣାରେ 6 ଛାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ । ବିଶୃଙ୍ଖଳିତ ଆଚରଣ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନେଇଛନ୍ତି କାର୍ଯ୍ୟାନୁଷ୍ଠାନ । ଷ୍ଟୁଡେଣ୍ଟ ଓ୍ୱେଲଫେୟାର ଡିନଙ୍କ ଆକାଉଣ୍ଟରେ ପ୍ରତି ଛାତ୍ର ପିଛା 15 ହଜାର ଟଙ୍କା ଲେଖାଏଁ ଜମା କରିବାକୁ 6 ଜଣ ଛାତ୍ରଙ୍କ ଅବିଭାବକ ମାନଙ୍କୁ ନିର୍ଦ୍ଦେଶ ରହିଛି । ଏହାସହ ଏହି 6 ଜଣ ଛାତ୍ରଙ୍କ ସପ୍ତମ ସେମିଷ୍ଟାରରେ ପ୍ରଥମ ଦୁଇଟି ବିଷୟରେ ଗୋଟିଏ ଲେଖାଏଁ ଗ୍ରେଡ ପଏଣ୍ଟ ହ୍ରାସ କରିବା ପାଇିଁ ମଧ୍ୟ ନିର୍ଦ୍ଦେଶ ରହିଛି ।

VSSUTର 6 ଛାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ପ୍ରତି ଛାତ୍ର ଗଣିବେ ୧୫ ହଜାର

ଆସନ୍ତା ଜାନୁଆରୀ 31 ତାରିଖ ମଧ୍ୟରେ 20 ଟଙ୍କିଆ ନନ୍ ଜୁଡିସିଆଲ ଷ୍ଟାମ୍ପ ପେପରରେ ଏକ ଅଣ୍ଡରଟେକିଂ ଲେଖି ଦେବାକୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ନୋଟିସ ମାଧ୍ୟମରେ ଅବଗତ କରିଛନ୍ତି ଭିସୁଟ ରେଜିଷ୍ଟାର । ସୂଚନା ଅନୁସାରେ ଗତ ଡିସେମ୍ବର 17 ତାରିଖରେ ପ୍ରଡକ୍ସନ ଇଞ୍ଜିନିୟରିଂର ଦ୍ୱିତୀୟ ବର୍ଷର ଜଣେ ଛାତ୍ରଙ୍କୁ ସିନିୟର 6 ଜଣ ଛାତ୍ର କ୍ୟାମ୍ପସ ବାହାରେ ମଦ ପିଇ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା ,ଇଟିଭି ଭାରତ

Last Updated : Jan 14, 2022, 7:04 PM IST

ABOUT THE AUTHOR

...view details