ସମ୍ବଲପୁର: ବୁର୍ଲା ସ୍ଥିତ ଭିସୁଟ ବିରୋଧରେ ଆସିଥିବା ରାଗିଂ ଅଭିଯୋଗ ନେଇ ଶେଷରେ ପ୍ରତିକ୍ରିୟା ରଖିଛନ୍ତି କୁଳପତି ଅଟଳ ଚୌଧୁରୀ । ଏହି ଘଟଣା ରାଗିଂ ନୁହେଁ ବରଂ ଏକ ଗଣ୍ଡଗୋଳ ବୋଲି ସେ ସ୍ପଷ୍ଟୀକରଣ ଦେଇଛନ୍ତି ।
କୁଳପତି ଗୁରୁବାର ଭିସୁଟର ପୁଲସ୍ତ୍ୟ ଛାତ୍ରାବାସକୁ ଯାଇ ପୀଡିତ ଛାତ୍ର ଓ ତାଙ୍କର କିଛି ସହପାଠୀଙ୍କୁ ଭେଟି ଘଟଣା ବିଷୟରେ ପଚରାଉଚରା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି । ଏହା ଏକ ଗଣ୍ଡଗୋଳ ବୋଲି କହିବା ସହ ପୀଡିତ ଛାତ୍ରଙ୍କୁ ମାଡ ହୋଇଥିବା ଘଟଣାକୁ ସେ ସ୍ବୀକାର କରିଛନ୍ତି ।