ଓଡିଶା

odisha

ETV Bharat / city

ସୁପର ସ୍ପେଶାଲିଟି ମେଡିକାଲରେ ପରିଣତ ହେବ ଭୀମସାର: ସ୍ବାସ୍ଥ୍ୟ ମନ୍ତ୍ରୀ - ବୁର୍ଲା ଭୀମସାର ମେଡିକାଲ କଲେଜର ବିକାଶ

ଖୁବଶୀଘ୍ର ବୁର୍ଲା ଭୀମସାର ମେଡିକାଲ କଲେଜର ବିକାଶ ନେଇ ରାଜ୍ୟ ସରକାର ବଡ଼ ପ୍ୟାକେଜ ଘୋଷଣା କରିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

vimsar will become a super speciality hospital said minister naba das
ସୁପର ସ୍ପେଶାଲିଟି ମେଡିକାଲରେ ପରିଣତ ହେବ ଭିମସାର: ନବଦାସ

By

Published : Oct 5, 2022, 11:41 AM IST

ସମ୍ବଲପୁର: ବୁର୍ଲା ଭୀମସାର ମେଡିକାଲ କଲେଜର ବିକାଶ ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିପାରନ୍ତି । ଖୁବଶୀଘ୍ର ସୁପର ସ୍ପେଶାଲିଟି ମେଡିକାଲରେ ପରିଣତ କରାଯିବ । ଏନେଇ ସମ୍ବଲପୁର ଗସ୍ତରେ ଆସିଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି । ସମ୍ବଲପୁର ହସ୍ପିଟାଲ ରୋଡ ସ୍ଥିତ ଏକ ଅତ୍ୟାଧୁନିକ ଡେଣ୍ଟାଲ କ୍ଲିନିକର କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଯୋଗ ଦେଇଥିଲେ।

ସୁପର ସ୍ପେଶାଲିଟି ମେଡିକାଲରେ ପରିଣତ ହେବ ଭିମସାର

ଏହି ଅବସରରେ ମନ୍ତ୍ରୀ କହିଛନ୍ତି, " ଆଗାମୀ ଦିନରେ ପଶ୍ଚିମ ଓଡିଶା ବାସୀଙ୍କ ପାଇଁ ଖୁସି ଖବର ରହିଛି । ବୁର୍ଲା ଭୀମସାର ମେଡିକାଲ ପାଇଁ ରାଜ୍ୟ ସରକାର ବଡ଼ ପ୍ୟାକେଜର ଘୋଷଣା କରିବାକୁ ଯାଉଛନ୍ତି । ଭୀମସାର ମେଡିକାଲର ଉନ୍ନତିକରଣ ପାଇଁ ଏହି ପ୍ୟାକେଜ ଯଥା ଶୀଘ୍ର ଘୋଷଣା ହେବାକୁଯାଉଛି ।" ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗ ପ୍ରତି ବିଶେଷ ଗୁରୁତ୍ବ ହେଉଛନ୍ତି । ପୂର୍ବରୁ ମାତ୍ର 3ଟି ମେଡ଼ିକାଲ କଲେଜ ଥିବାବେଳେ ବର୍ତ୍ତମାନ ରାଜ୍ୟରେ 8ଟି ମେଡ଼ିକାଲ କଲେଜ ହୋଇଛି । ଆଗାମୀ ଦିନରେ ଅନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟ ମେଡ଼ିକାଲ କଲେଜ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଏଥର ମହାନଦୀ ଗର୍ଭରେ ଜଳିବ ଇକୋ ଫ୍ରେଣ୍ଡଲି ରାବଣ

କିଛି ଦିନ ତଳେ ରାଜ୍ୟ ସରକାରଙ୍କ ତରଫରୁ ବୁର୍ଲା ଭିସୁଟ ପାଇଁ ୨୦୦୦ କୋଟିର ପ୍ୟାକେଜ ଘୋଷଣା କରାଯାଇଥିବା ବେଳେ ଏହାକୁ ନେଇ ସମ୍ବଲପୁର ବୁଦ୍ଧିଜୀବୀ ଫୋରମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ ବୁର୍ଲାର ଅନ୍ୟତମ ପ୍ରମୁଖ ଅନୁଷ୍ଠାନ ଭୀମସାର ମେଡିକାଲକୁ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details