ସମ୍ବଲପୁର:ଆଜି ପୁଣି ଦ୍ଵିତୀୟ ଥର ପାଇଁ ଲିକ ହୋଇଛି ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଶ୍ନପତ୍ର । ଲିକ୍ ହେବା ପରେ ଏନେଇ ସମ୍ବଲପୁର ବିଶ୍ବବିଦ୍ୟାଳୟ କୂଳପତି ସଞ୍ଜୀବ ମିତ୍ତଲ ପ୍ରତିକ୍ରିୟା ରଖିଛନ୍ତି । ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି । ଏହା ସହ ଏନେଇ ବୁର୍ଲା ଥାନାରେ ମଧ୍ୟ ଏତଲା ଦିଆଯାଇଛି ବୋଲି କୂଳପତି ସୂଚନା ଦେଇଛନ୍ତି । ବିଶ୍ବବିଦ୍ୟାଳୟର ଫିଜିକ୍ସ ପ୍ରଶ୍ନ ପତ୍ର ଲିକ ହେବା ପରେ କୂଳପତିଙ୍କ ମୁଣ୍ଡରେ ଚେତା ପଶିଛି ।
ପୂର୍ବରୁ କେବଳ ଏକ କମିଟି ଗଠନ କରାଯାଇ ତଦନ୍ତ କରାଯାଉଥିବା ବେଳେ ଆଜି କୂଳପତିଙ୍କ ନିର୍ଦ୍ଦେଶକ୍ରମେ ରିଜିଷ୍ଟାର ବୁର୍ଲା ଥାନାରେ ଏତଲା ଦେଇଛନ୍ତି । ତେବେ କୂଳପତିଙ୍କ ସୂଚନା ଅନୁସାରେ କୁଚିଣ୍ଡା ଅନୁଦାନ ପ୍ରାପ୍ତ କଲେଜରୁ ପ୍ରଶ୍ନ ପତ୍ର ଲିକ୍ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ତେଣୁ କୁଚିଣ୍ଡା କଲେଜର ପ୍ରିନ୍ସପାଲ ଓ ଜଣେ ଅଧ୍ୟାପକଙ୍କୁ ପଚରାଉଚରା ପାଇଁ ବିଶ୍ବବିଦ୍ୟାଳୟକୁ ଡକାଯାଇଛି ବୋଲି କହିଛନ୍ତି କୂଳପତି ।