ସମ୍ବଲପୁର: ଧମା ଥାନା ଅଞ୍ଚଳରେ ଜଣେ ନାବାଳକ ଅନ୍ୟ ଜଣେ ନାବାଳକକୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଧମା ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ନାବାଳକ ଫେରାର ହୋଇଯାଇଛି । ଘଟଣା ନେଇ ପୀଡିତଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କଲାପରେ ପୋଲିସ ପୀଡିତଙ୍କ ଡାକ୍ତରୀ ମାଇନା କରାଇ ତଦନ୍ତ ଆରମ୍ଭ କରିଛି।
ନାବାଳକକୁ ଅପ୍ରାକୃତିକ ଯୌନ ନିର୍ଯାତନା, ଅଭିଯୁକ୍ତ ଫେରାର
ଜଣେ ନାବାଳକ ଅନ୍ୟ ଜଣେ ନାବାଳକକୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
ସୂଚନା ଅନୁସାରେ, ଗତକାଲି ସ୍କୁଲ ରୁ ସ୍ବାଧୀନତା ଦିବସ ପାଳନ ସାରି ଘରକୁ ଫେରିବା ସମୟରେ ଜଣେ 7 ବର୍ଷର ନାବାଳକକୁ ଜଣେ 15 ବର୍ଷୀୟ ନାବାଳକ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ