ଓଡିଶା

odisha

ETV Bharat / city

କୁଢ଼ୋ ମାଛଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିନ୍ତା - ବକ୍ର ମନ୍ଦିର

ସମ୍ବଲପୁର ଜିଲ୍ଲା ସ୍ଥିତ ହୁମା ବକ୍ର ମନ୍ଦିର ନିକଟସ୍ଥ ମହାନଦୀରେ ବେଆଇନ ବିସ୍ଫୋରଣ ଯୋଗୁଁ ହେଉଥିବା କୁଢ଼ୋ ମାଛଙ୍କ ମୃତ୍ୟୁ ହେଉଥିବା ନେଇ ଚିନ୍ତା ପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ...

Union minister dharmendra pradhan, dharmendra pradha expressed concern, concern about the kudho fish, kudho in mahanadi river, kudho fish near huma temple, କୁଢ଼ୋ ମାଛଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ଚିନ୍ତା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବକ୍ର ମନ୍ଦିର, ହୁମା ବକ୍ର ମନ୍ଦିର
କୁଢ଼ୋ ମାଛଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିନ୍ତା

By

Published : Jun 28, 2021, 7:10 PM IST

ଭୁବନେଶ୍ବର: ସମ୍ବଲପୁର ଜିଲ୍ଲାର ହୁମା ବକ୍ର ମନ୍ଦିର ରାଜ୍ୟର ପ୍ରସିଦ୍ଧ ଶୈବ ପୀଠ ମାନଙ୍କ ମଧ୍ୟରୁ ଅନ୍ୟତମ । ମହାଦେବଙ୍କ ବକ୍ର ମନ୍ଦିର ଭାବରେ ଏହାର ରହିଛି ସ୍ବତନ୍ତ୍ର ମାନ୍ୟତା । ତେବେ ମନ୍ଦିର ନିକଟ ଦେଇ ବହି ଯାଇଥିବା ମହାନଦୀ ଘାଟରେ ଥିବା କୁଢ଼ୋ ମାଛ ମାନଙ୍କ ପ୍ରତି ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁଙ୍କ ବିଶେଷ ଆକର୍ଷଣ ଓ ଶ୍ରଦ୍ଧା ରହିଛି । ତେବେ ବର୍ତ୍ତମାନ ବିପଦରେ ପଡ଼ିଛି ଏହି ଦୁର୍ଲଭ ମାଛଙ୍କ ପ୍ରଜାତି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅନାଦି କାଳରୁ ଏହି କୁଢ଼ୋ ମାଛଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବିଶ୍ବାସ କରାଯାଏ । ତେବେ ବର୍ତ୍ତମାନ ଏହି ମାଛଙ୍କୁ ସହଜରେ ଧରିବା ପାଇଁ ହୁମା ମନ୍ଦିର ମଛିଦ୍ର ଘାଟ ଠାରୁ କିଛି ଦୂରରେ କୁଦ ଗଣ୍ଡେରପୁର ଓ ଚିପିଲିମାରେ ଏହି ଦୁର୍ଲଭ ମାଛକୁ ସହଜରେ ଧରିବା ପାଇଁ ବେଆଇନ ଭାବରେ ବିସ୍ଫୋରଣ କରାଯାଉଛି । ଯାହାପରେ ମଲା କୁଢ଼ୋ ମାଛ ସବୁ ପାଣିରେ ଭାସୁଥିବାର ଦେଖିବାକୁ ମିଳିଛି । ଏନେଇ ଟ୍ବିଟ କରି ଚିନ୍ତା ପ୍ରକଟ କରିବା ସହ ଏହା ଉପରେ ରୋକ୍‌ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବା ଉଚିତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରଧାନ ।

ଧର୍ମେନ୍ଦ୍ର ଟ୍ହିଟ କରି ଲେଖିଛନ୍ତି ଯେ, ‘‘ବେଆଇନ ବିସ୍ଫୋରଣ କାରଣରୁ କୁଢ଼ୋ ମାଛଙ୍କ ପ୍ରତି ବିପଦ ଦେଖାଯାଇଥିବା ବେଳେ ଏହି ବିରଳ ମାଛ ବଂଶ ଲୋପ ହେବା ନେଇ ମଧ୍ୟ ବୁଦ୍ଧିଜୀବୀ ଏବଂ ପରିବେଶବିତମାନେ ଆକଳନ କରିଛନ୍ତି । ଏହାସହ ସ୍ଥାନୀୟ ଲୋକ ଏବଂ ସେଠାକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଏହା ଦ୍ବାରା ପ୍ରଭାବିତ ହେବାର ସମ୍ଭାବନା ଦେଖାଯାଇଛି । ତେଣୁ ଏହି ଘଟଣାକୁ ପ୍ରଶାସନ ଗମ୍ଭୀରତାର ସହ ନେଇ ଉଚିତ ପଦକ୍ଷେପ ନେବ ବୋଲି ଆଶା କରୁଛି । ଲମ୍ବା ସମୟ ଧରି କୁଢ଼ୋ ମାଛକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନିଆଯିବା ସହ ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃଦ୍ଧି ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବା ଉଚିତ୍‌ ।’’

ତେବେ ଯଥାଶୀଘ୍ର ସରକାରଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ହେବ ନଚେତ ଏହି ଦୁର୍ଲଭ କୁଢ଼ୋ ମାଛ ଯେ ବିଲୁପ୍ତ ହୋଇଯିବେ ଏଥିରେ ସନ୍ଦେହ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details