ଭୁବନେଶ୍ବର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡିଶା । ଚଳିତ ବର୍ଷ କୋରୋନା କଟକଣା ପାଇଁ ଫିକା ପଡିଛି । ଅତ୍ୟନ୍ତ ନିରାଡମ୍ବର ସହ ପାଳନ କରାଯାଉଛି । ବିନା ଦେବ ଦର୍ଶନରେ ନବାନ୍ନ ଲାଗି ହେବାକୁ ଅନୁମତି ମିଳିଥିବାବେଳେ, ଭେଟଘାଟ ଓ ନୂଆଁଖାଇ ଜୁହାରରେ ମଧ୍ୟ କଟକଣାର ପ୍ରଭାବ ପଡିଛି । ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମ ଓଡିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ବିଟ ମାଧ୍ୟମରେ ସମ୍ବଲପୁରୀ ଭାଷାରେ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ନୂଆଁ ଧାନ୍ ସାଙ୍ଗେ ନୂଆଁ ଆଶା ନେଇକରି ପାଲନ୍ କରୁନ୍ ଇ ଭାଇଚାରାର୍ ପରବ୍ ନୂଆଁଖାଇ। ସମସ୍ତଙ୍କର୍ ସୁଖ ଆର୍ ସମୃଦ୍ଧି କାମନା କରୁଛେଁ। ସଭିଙ୍କୁ ମୋର୍ ନୂଆଁଖାଇ ଜୁହାର୍।