ସମ୍ବଲପୁର: ବେଆଇନ ଭାବେ ବଟି ମାଗି 2 ନକଲି ସାମ୍ବାଦିକ ଗିରଫ । ସମ୍ବଲପୁର ଜିଲ୍ଲା ବୁର୍ଲା ପୋଲିସ ଦ୍ବାରା ଏହି 2 ନକଲି ସାମ୍ବାଦିକ ଗିରଫ ହୋଇଛନ୍ତି । ଜଣେ ବ୍ୟକ୍ତିଙ୍କ ଅଭିଯୋଗରେ ଏହି 2 ନକଲି ସାମ୍ବାଦିକ ଗିରଫ ହୋଇଛନ୍ତି ।
ସୂଚନା ଅନୁଯାୟୀ ବିରେନ୍ଦ୍ର ବଗର୍ତ୍ତି ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗରେ 2 ନକଲି ସାମ୍ବାଦିକଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା 2 ଜଣ ହେଲେ ବୁର୍ଲା କଣ୍ଟ୍ରାକ୍ଟର କଲୋନୀର ଆନନ୍ଦ ଷଣ୍ଢ (୩୫) ଓ ହୀରାକୁଦ ଖ୍ରୀଷ୍ଟିଆନ ପଡାର ଫିଲିଫ କୁମାର(43) । ଏହି 2 ଜଣ ବ୍ୟକ୍ତି 2 ଟି ଗଣମାଧ୍ୟମର ପରିଚୟପତ୍ର ଧରି ନିଜକୁ ସାମ୍ବାଦିକ କହିବା ସହ ବୀରେନ୍ଦ୍ର ବଗର୍ତ୍ତି ଓ ତାଙ୍କ ମାଙ୍କୁ ବୁର୍ଲା ପେଟ୍ରୋଲ ପମ୍ପରେ ଅଟକାଇ ତାଙ୍କୁ ବୁର୍ଲା ଥାନା ରେ ପୂର୍ବରୁ ଥିବା ଏକ ମାମଲାରୁ ବଞ୍ଚାଇବା ପାଇଁ 50 ହଜାର ଟଙ୍କା ଦାବି କରିଥିଲେ । ତେବେ ବୀରେନ୍ଦ୍ର ଟଙ୍କା ଦେବାରେ ନିଜର ଅସମର୍ଥତା ଜଣାଇବା ସହ ସେହି ମାମଲା ପୂର୍ବରୁ ବୁର୍ଲା ଥାନାରେ ବୁଝାମଣା ହୋଇସାରିଥିବା କହିଥିଲେ । ଏହା ପରେ ସମ୍ପୃକ୍ତ 2 ନକଲି ସାମ୍ବାଦିକ ପୋଲିସ ବିଭାଗରେ ବଡ଼ ବଡ଼ ଅଧିକାରୀଙ୍କ ସହ ଭଲ ପରିଚୟ ଥିବା କହିଥିଲେ । ଏହା ସହ 50 ହଜାର ଟଙ୍କା ନଦେଲେ ବୀରେନ୍ଦ୍ରଙ୍କୁ ପୁଣି ଦୁଷ୍କର୍ମ କେଶରେ ଫସେଇ ଦେବେ ବୋଲି ଧମକ ଦେଇଥିଲେ ।