ସମ୍ବଲପୁର : ସମ୍ବଲପୁର ବୁର୍ଲା ସ୍ଥିତ ହୀରାକୁଦ ଜଳଭଣ୍ଡାର ଝାଙ୍କରାଣୀ ପୀଠରେ ବୁଡ଼ିଗଲେ ୨ ଏମସିଏଲ ଅଧିକାରୀ । ହୀରାକୁଦ ଡ୍ୟାମର ଝାଙ୍କରାଣୀ ପୀଠ ଜଳଭଣ୍ଡାର ନିକଟରେ ଗାଧୋଉଥିବା ବେଳେ ଘଟିଥିଲା ଏହି ଅଘଟଣ । ସୂଚନାନୁସାରେ ଆଜି ଏମସିଏଲ ମୁଖ୍ୟାଳୟର ୫ଜଣ ଅଧିକାରୀ ବଣଭୋଜି କରିବାକୁ ହୀରାକୁଦ ଡ୍ୟାମର ଝାଙ୍କରାଣୀ ପୀଠ ଜଳଭଣ୍ଡାର ନିକଟକୁ ଯାଇଥିଲେ । ସେହି ସମୟରେ ୩ଜଣ ଗାଧୋଇବାକୁ ଜଳଭଣ୍ଡାରକୁ ପ୍ରବେଶ କରିଥିଲେ ।
ତେବେ ଗାଧୋଉଥିବା ବେଳେ ଅସାବଧାନତା ଯୋଗୁଁ ୩ଜଣଙ୍କ ଗୋଡ଼ ଖସିଯାଇଥିଲା । ଫଳରେ ଗଭୀର ଜଳକୁ ଚାଲିଯାଇଥିଲେ ସମସ୍ତେ । ଏହାଦେଖି ସେଠାରେ ଥିବା ଅଗ୍ନିଶମ କର୍ମଚାରୀମାନେ ତତ୍ପରତା ଦେଖାଇ ରିଂଗ ପକେଇବାରୁ ୩ଜଣଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୨ ଜଣ ଗଭୀର ଜଳରେ ନିଖୋଜ ହୋଇଯାଇଛନ୍ତି ।