ସମ୍ବଲପୁର:ମା' ସହ ନାଳକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଚାରମାଳ ଥାନା ଅଞ୍ଚଳରେ । ଜିଲ୍ଲାର ରେଢାଖୋଲ ଚାରମାଳ ଥାନା ଅନ୍ତର୍ଗତ ଚୁଡାପୁଡୁଗ୍ ଗ୍ରାମର ଏକ ନାଳକୁ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି ।
ସୂଚନାନୁସାରେ 2 ଶିଶୁ ସେମାନଙ୍କ ମା'ଙ୍କ ଗାଁ ପାଖରେ ବହୁଥିବା ସୁରୁବାଲି ନାଳକୁ ଗାଧୋଇବାକୁ ଯାଇଥିବାବେଳେ ଘଟିଛି ଏଭଳି ଅଘଟଣ । ମା' ଅନ୍ୟମନସ୍କ ଥିବା ସମୟରେ ଶିଶୁ ଦୁଇଟି ପାଣିରେ ବୁଡି ଯାଇଥିଲେ ବୋଲି ସୂଚନା ମିଳିଛି । ପରେ ଦୁଇ ଶିଶୁଙ୍କୁ ଉଦ୍ଧାର କରି ରେଢାଖୋଲ ଡାକ୍ତରଖାନାକୁ ନିଆଯାଇଥିବାବେଳେ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।