ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ପୁଣି ହୀରାକୁଦର 4ଟି ଗେଟ ଖୋଲାଯାଇଛି। ଜଳ ଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 2 ଲକ୍ଷ 45 ହଜାର 176 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ 1 ଲକ୍ଷ 49 ହଜାର 880 କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
ପୁଣି 4ଟି ଗେଟ ଖୋଲିଲା ହୀରାକୁଦ ଜଳଭଣ୍ଡାର - ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ
ଆଜି ଅପରାହ୍ନରେ ହୀରାକୁଦ ଜଳଭଣ୍ଡାରର ପୁଣି 4ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ 12ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
ଆଜି ସକାଳେ ହୀରାକୁଦ ଜଳ ଭଣ୍ଡାରର 3ଟି ଗେଟ୍ ଖୋଲାଯାଇଥିବା ବେଳେ ଅପରାହ୍ନରେ ଆଉ 4ଟି ଗେଟ ଖୋଲାଯାଇଛି । ସମୁଦାୟ 12ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳ ଭଣ୍ଡାରର ଜଳସ୍ତର 628.12 ଫୁଟ ରହିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ
Last Updated : Sep 13, 2019, 4:36 PM IST