ସମ୍ବଲପୁର: ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ପାଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଧୁତୁରାପଡ଼ା ଅଞ୍ଚଳରେ । ସହରର ଏକ ଦୋକାନର ସିଲିଂ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସୂଚନାନୁସାରେ ମୃତ ଯୁବକ ଜଣକ ସ୍ଥାନୀୟ ବହାଲପଡ଼ାର ଅମରଜିତ ଠାକୁର ବୋଲି ଜଣାପଡିଛି । ତାଙ୍କ ଘର ବିହାରରେ ହୋଇଥିବା ବେଳେ ସେ କିଛି ବର୍ଷ ଧରି ସମ୍ବଲପୁରରେ ରହି ଇଲେକ୍ଟ୍ରିକ ମିସ୍ତ୍ରୀ ଭାବେ କାର୍ଯ୍ୟ କରି ଆସୁଥିଲେ । ତେବେ ଆଜି (ବୁଧବାର) ତାଙ୍କର ମୃତଦେହ ଦୋକାନର ସିଲିଂରେ ଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ଅଗ୍ନିଶମ ବିଭାଗର ସହାୟତାରେ ସିଲିଂରୁ ମୃତଦେହକୁ ଉଦ୍ଧାର କରାଯାଇଛି ।