ଓଡିଶା

odisha

ETV Bharat / city

ସମଲେଇ ଯୋଜନାକୁ ତ୍ୱରାନ୍ୱିତ କରାଯିବ: ଉତ୍ତରାଞ୍ଚଳ ଆରଡିସି

ଉତ୍ତରାଞ୍ଚଳ ଆରଡିସି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଡ଼ ସୁରେଶ ଚନ୍ଦ୍ର ଦଳେଇ। ଆଜି (ଗୁରୁବାର) ସେ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

By

Published : Nov 18, 2021, 8:24 PM IST

ସମଲେଇ ଯୋଜନାକୁ ତ୍ୱରାନ୍ୱିତ କରାଯିବ : ଉତ୍ତରାଞ୍ଚଳ ଆରଡିସି
ସମଲେଇ ଯୋଜନାକୁ ତ୍ୱରାନ୍ୱିତ କରାଯିବ : ଉତ୍ତରାଞ୍ଚଳ ଆରଡିସି

ସମ୍ବଲପୁର :ଉତ୍ତରାଞ୍ଚଳ ଆରଡିସି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଡ଼ ସୁରେଶ ଚନ୍ଦ୍ର ଦଳେଇ। କାର୍ଯ୍ୟରେ ଯୋଗ ଦେବା ପରେ ଆଜି (ଗୁରୁବାର) ସେ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କରିବା ସହ ଜାରି ରହିଥିବା ସମଲେଇ ଯୋଜନାର ବିଭିନ୍ନ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଛନ୍ତି। ଏହା ସହ ସମଲେଇ ଯୋଜନାକୁ ତ୍ବରାନ୍ବିତ କରାଯିବ ବୋଲି କହିଛନ୍ତି।

ସମଲେଇ ଯୋଜନାକୁ ତ୍ୱରାନ୍ୱିତ କରାଯିବ : ଉତ୍ତରାଞ୍ଚଳ ଆରଡିସି

ଏହାସହ ହୀରାକୁଦ ଡ୍ୟାମ ବିସ୍ଥାପିତଙ୍କ ସମସ୍ୟାର ସମାଧାନ କିପରି ହୋଇପାରିବ । ସେ ନେଇ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିବା ସହ ଏଠାରେ ଥିବା ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି । ଆଗକୁ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି । ଅନ୍ୟପଟେ ସମ୍ବଲପୁର ଫାଟକ ଷ୍ଟେସନର ଉଚ୍ଛେଦ କାର୍ଯ୍ୟ ଜାରି ରହିଥିବା ବେଳେ ଏହାକୁ ନେଇ କେତେକ ସ୍ଥାନୀୟ ବୁଦ୍ଧିଜୀବୀ ଆରଡିସିଙ୍କୁ ଭେଟି ଏହି ଷ୍ଟେସନକୁ ବନ୍ଦ ନକରିବାକୁ ଅନୁରୋଧ କରିଥିଲେ। ଏହି ସମସ୍ୟା ନେଇ ଡିଆରଏମଙ୍କ ସହ ଆଲୋଚନା କରିବେ ବୋଲି ଉତ୍ତରାଞ୍ଚଳ ଆରଡିସି ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details