ଓଡିଶା

odisha

ETV Bharat / city

ବୁର୍ଲା ଯୁବତୀଙ୍କ ଆତ୍ମହତ୍ୟା ଘଟଣା, ସୁଇସାଇଡ ନୋଟ ସହ ଯୁବତୀଙ୍କ ପରିଚୟ ସ୍ପଷ୍ଟ - ଆତ୍ମହତ୍ୟା ମାମଲାରେ ମିଳିଲା ପରିଚୟ

ମହାନଦୀ ବ୍ରିଜ ଉପରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ ମିଳିଲା ଯୁବତୀଙ୍କ ସୁଇସାଇଡ ନୋଟ। ଫଳରେ ଯୁବତୀଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇ ପାରିଛି। ଅଧିକ ପଢ଼ନ୍ତୁ...

The identity revealed in burla mahanadi bridge young woman suicide case
ବୁର୍ଲା ଯୁବତୀ ଆତ୍ମହତ୍ୟା ଘଟଣା, ସୁଇସାଇଟ ନୋଟ ସହ ଯୁବତୀଙ୍କ ପରିଚୟ ସ୍ପଷ୍ଟ

By

Published : Jan 5, 2021, 6:15 PM IST

Updated : Jan 5, 2021, 11:05 PM IST

ସମ୍ବଲପୁର:"ମୁଁ ଆଗକୁ ବଞ୍ଚିବାକୁ ଚାହୁଁନି। ମୁଁ କୁଆଡ଼େ ଯିବି? କଣ କରିବି କିଛି ଜାଣିନି। ବାପା ମୋତେ କ୍ଷମା କରି ଦେବ। ମୋ ବିଷୟରେ ଚିନ୍ତା କରିବ ନାହିଁ।" ସୁସାଇଡ ନୋଟରେ ଏଭଳି କିଛି ଲେଖିଛନ୍ତି ରିଙ୍କି ସାହୁ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ଥାନା ଅନ୍ତର୍ଗତ ଗଣ୍ଡାପାଲି ଗାଁର ଶରତ ସାହୁଙ୍କ ଝିଅ ରିଙ୍କି ସାହୁ । ଗତ ଜାନୁଆରୀ ୩ ତାରିଖରେ ବୁର୍ଲା ମହାନଦୀ ବ୍ରିଜ ତଳୁ ଜଣେ ଯୁବତୀ ଜଣକ ଆତ୍ମହତ୍ୟା କରିଥିଲେ।

ବୁର୍ଲା ଯୁବତୀ ଆତ୍ମହତ୍ୟା ଘଟଣା, ସୁଇସାଇଟ ନୋଟ ସହ ଯୁବତୀଙ୍କ ପରିଚୟ ସ୍ପଷ୍ଟ
ବୁର୍ଲା ଯୁବତୀଙ୍କ ଆତ୍ମହତ୍ୟା ଘଟଣା, ସୁଇସାଇଡ ନୋଟ ସହ ଯୁବତୀଙ୍କ ପରିଚୟ ସ୍ପଷ୍ଟ

ମହାନଦୀ ବ୍ରିଜ ଉପରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ ଯୁବତୀଙ୍କ ପରିଚୟ ଅସ୍ପଷ୍ଟ ରହିଥିଲା। ଗତ ରବିବାର ସମ୍ବଲପୁର ବୁର୍ଲା ମହାନଦୀ ବ୍ରିଜ ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ତାଙ୍କ ପରିଚୟ ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ତେବେ ଘରେ ଝିଅର ସୁଇସାଇଡ ନୋଟ ପାଇ ରିଙ୍କିଙ୍କ ପରିବାର ଲୋକେ ଆଜି(ମଙ୍ଗଳବାର) ବୁର୍ଲା ଥାନାକୁ ଆସି ମୄତଦେହକୁ ଚିହ୍ନଟ କରିଥିଲେ। ଝିଅର ମୃତ୍ୟୁକୁ ନେଇ ପରିବାର ଉପରେ ଯେଭଳି ଦୁଃଖର ପାହାଡ଼ ଭାଙ୍ଗି ଯାଇଛି। ମୄତ ଯୁବତୀ ଜଣକ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଡିଛନ୍ତି । ଆତ୍ମହତ୍ୟା କରିଥିବା ଦିନ ସେ ଅପରାହ୍ନ ୪ଟା ସମୟରେ ନିଜ ଭଉଣୀଙ୍କ ସହ ଶେଷ କଥାବାର୍ତ୍ତା କରିଥିଲେ ।

ପୋଲିସ ବର୍ତ୍ତମାନ ସୁସାଇଡ ନୋଟ ଜବତ କରିବା ସହ ତଦନ୍ତ ଜାରି ରଖିଛି । ରିଙ୍କି ନିଖୋଜ ହେବାପରେ ତାଙ୍କ ପରିବାର ପକ୍ଷରୁ କୌଣସି ନିଖୋଜ ମାମଲା ରୁଜୁ କରାଯାଇନଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ଆଲୋଚନା ହେଉଛି।

ସମ୍ବଲପୁରରୁ ବାଦଶାହା ଜୁଶ୍ମନ ରାଣା, ଇଟିଭି ଭାରତ

Last Updated : Jan 5, 2021, 11:05 PM IST

ABOUT THE AUTHOR

...view details