ସମ୍ବଲପୁର:ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢିଚାଲିଥିବାବେଳେ ଦେଶର ଉନ୍ନତିରେ ବାଧକ ସାଜିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଏକ କଡା ଆଇନ ପ୍ରଣୟନ କରନ୍ତୁ ବୋଲି ଦାବି କରିଛି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ । ଆଜି (ମଙ୍ଗଳବାର) ସମ୍ବଲପୁରରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।
ଜନସଂଖ୍ୟା ବିସ୍ଫୋରଣ ରୋକିବାକୁ ଆଇନ ପ୍ରଣୟନ କରିବାକୁ ଫାଉଣ୍ଡେସନର ଦାବି - Chief Minister
ଦିନକୁ ଦିନ ଦେଶରେ ବଢିବାରେ ଲାଗିଛି ଜନସଂଖ୍ୟା । ଆଉ ଯଦି ଏହାକୁ ଆଗାମୀ ଦିନରେ କମ୍ କରିବା ଦିଗରେ ପଦକ୍ଷେପ ନ ନିଆ ଯାଏ, ତେବେ ଦେଶରେ ଭୟାବହ ପରିସ୍ଥିତି ସୃଷ୍ଟି ହେବ ବାେଲି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଦାବିପତ୍ର ପ୍ରଦାନ କରିଛି । ଅଧିକ ପଢନ୍ତୁ...

ଜନସଂଖ୍ୟା ବିସ୍ଫୋରଣ ରୋକିବାକୁ ଆଇନ ପ୍ରଣୟନ କରିବାକୁ ଫାଉଣ୍ଡେସନର ଦାବି
ଜନସଂଖ୍ୟା ବିସ୍ଫୋରଣ ରୋକିବାକୁ ଆଇନ ପ୍ରଣୟନ କରିବାକୁ ଫାଉଣ୍ଡେସନର ଦାବି
ଜନସଂଖ୍ୟା ବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଏକ ଦୃଢ଼ ଆଇନ ପ୍ରଣୟନ କରନ୍ତୁ ବୋଲି ଦାବି କରିଛି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ । ଏନେଇ ମଙ୍ଗଳବାର ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ସଦସ୍ୟମାନେ ବ୍ୟାନର ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏହି ଦାବି କରିବା ସହ ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଆଗାମୀ ଦିନରେ ସରକାର ଏନେଇ ଯଥାଶୀଘ୍ର ପଦକ୍ଷେପ ନନେଲେ ଦେଶରେ ବିଭିନ୍ନ ପ୍ରକାର ସମସ୍ୟା ଉପୁଜିବ ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ