ସମ୍ବଲପୁର:ଆଜି ନୂତନ ଉତ୍ତରାଞ୍ଚଳ ରାଜସ୍ବ କମିଶନର (RDC) ଭାବେ ଯୋଗଦାନ କରିଛନ୍ତି ଡ଼ ସୁରେଶ ଚନ୍ଦ୍ର ଦଳେଇ। ପୂର୍ବତନ RDCଙ୍କ ବଦଳି ପରେ ଦୀର୍ଘ 10 ମାସ ଧରି ଏହି ପଦବୀ ଖାଲି ପଡିଥିଲା।
ନୂତନ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ହେଲେ ସୁରେଶ ଚନ୍ଦ୍ର ଦଳେଇ - northern Revenue Commissioner
ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନର ନୂତନ କମିଶନର ହେଲେ ଡ଼ ସୁରେଶ ଚନ୍ଦ୍ର ଦଳେଇ । ୧୦ ମାସ ଖାଲି ପଡିଥିବାବେଳେ କେନ୍ଦ୍ରାଞ୍ଚଳ RDC ନେଇଥିଲେ ଅତିରିକ୍ତ ଦାୟିତ୍ବ । ଅଧିକ ପଢନ୍ତୁ
![ନୂତନ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ହେଲେ ସୁରେଶ ଚନ୍ଦ୍ର ଦଳେଇ ନୂତନ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଭାବେ ଯୋଗ ଦେଲେ ଡ଼ ସୁରେଶ ଚନ୍ଦ୍ର ଦଳେଇ](https://etvbharatimages.akamaized.net/etvbharat/prod-images/768-512-13660665-thumbnail-3x2-jkgm.jpg)
ନୂତନ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଭାବେ ଯୋଗ ଦେଲେ ଡ଼ ସୁରେଶ ଚନ୍ଦ୍ର ଦଳେଇ
ଉତ୍ତରାଞ୍ଚଳର ନୂତନ ରାଜସ୍ବ କମିଶନର ଭାବେ ଦାୟିତ୍ବ ନେବା ପୂର୍ବରୁ ଡ. ସୁରେଶ ଚନ୍ଦ୍ର ଦଳେଇ ସଂସ୍କୃତି ବିଭାଗର ସଚିବ ଭାବେ ଅବସ୍ତାପିତ ଥିଲେ । 2005 ବ୍ୟାଚର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ହେଉଛନ୍ତି ଡ.ଦଳେଇ । ଦୀର୍ଘ 10 ମାସ ଏହି ପଦବୀ ଖାଲି ପଡିଥିବାବେଳେ କେନ୍ଦ୍ରାଞ୍ଚଳ ରାଜସ୍ବ ଡିଭିଜନ କମିଶନର(RDC) ଏହାର ଅତିରିକ୍ତ ଦାୟିତ୍ୱ ତୁଲେଇ ଆସୁଥିଲେ । ସୁରେଶ ଚନ୍ଦ୍ର ଦଳେଇ ହେଉଛନ୍ତି ଉତ୍ତରାଞ୍ଚଳର 69ତମ ରାଜସ୍ବ କମିଶନର ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ