ଓଡିଶା

odisha

By

Published : Oct 5, 2021, 10:38 PM IST

ETV Bharat / city

ଥାନା ପରିସର ଭିତରେ ଫିନାଇଲ ପିଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ତାସ ଖେଳକୁ ନେଇ ଘଟଣାସ୍ଥଳରେ ଆରମ୍ଭ ହୋଇଛି ଗୋଷ୍ଠୀ ସଂଘର୍ଷ । ତେବେ ଥାନାରେ ପୋଲିସ ଅଟକ ରଖିଥିବାବେଳେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ଅଧିକ ପଢନ୍ତୁ...

ଥାନା ପରିସର ଭିତରେ ଫିନାଇଲ ପିଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ଥାନା ପରିସର ଭିତରେ ଫିନାଇଲ ପିଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସମ୍ବଲପୁର: ଥାନା ପରିସରରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନା ପରିସରରେ । ସୂଚନାନୁସାରେ ତାସ ଖେଳକୁ ନେଇ ଏକ ଗୋଷ୍ଠୀ ସଂଘର୍ଷରେ ପିଣ୍ଟୁଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିଲା । ତେବେ ଏହି ଘଟଣା ନେଇ ପୋଲିସ ଉଭୟ ପକ୍ଷକୁ ଆଣି ଥାନାରେ ଅଟକ ରଖି ପଚରା ଉଚରା ପାଇଁ ଅଟକ ରଖିଥିଲା ।

ଥାନା ପରିସର ଭିତରେ ଫିନାଇଲ ପିଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଆଉ ଏହି ସମୟରେ ପିଣ୍ଟୁଙ୍କ ପରିବାର ଲୋକେ ଆକ୍ରମଣର ଶିକାର ହୋଇଥିବା ପୀଡିତଙ୍କୁ କାହିଁକି ଥାନାରେ ଅଟକ ରଖାଯାଇଛି ବୋଲି କହିବା ସହ ଆକ୍ରମଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ତେବେ ଏହି ସମୟରେ ଥାନା ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ପରେ ପିଣ୍ଟୁ ପରିଶ୍ରା ଯିବାର ବାହାନା କରି ଥାନା ପରିସରରେ ଫିନାଇଲ ପିଇ ଦେଇଥିବା ନେଇ ଅଭିଯୋଗ ହୋଇଛି । ଏହା ପରେ ପୋଲିସ ପିଣ୍ଟୁଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ଏବେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଛି ତାହାର ତଦନ୍ତ ହେବ ବୋଲି ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details