ସୁବର୍ଣ୍ଣପୁର: ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ମନ୍ଦିରମାଳିନୀ ସହର ସୁବର୍ଣ୍ଣପୁର । ଆଉ ସହରର ସୌନ୍ଦର୍ଯ୍ୟ ବର୍ଦ୍ଦନ କରୁଛି ବିସ୍ତୀର୍ଣ୍ଣକାୟ ମହାନଦୀ । ସହର ପାର୍ଶ୍ବରେ ପ୍ରବାହିତ ମହାନଦୀ ଗର୍ଭରେ ଘଟିଛି ଶୈବ ଓ ଶାକ୍ତର ମିଳନ । ତେନ୍ତୁଳି ଘାଟରୁ କିଛି ଦୂରରେ ଦେବୀ ମା ଲଙ୍କେଶ୍ବରୀଙ୍କ ମନ୍ଦିର । ଆଉ ସେଠାରୁ ଠାରୁ ମାତ୍ର 10 କିମି ଦୂରରେ ରହିଛି ବଲ୍ଲଭ ଦେବୀ ଓ ଶୈବ ମନ୍ଦିର ଖଣ୍ଡିଆ ଦେଉଳ । ଯାହା କୈବର୍ତ୍ତ୍ୟ ସମାଜର ଜନସାଧାରଣଙ୍କ ଇଷ୍ଟ ଦେବ ଦେବୀ ଭାବେ କାହିଁ କେତେ ଦିନରୁ ପୂଜା ପାଇ ଆସୁଛନ୍ତି ।
ପାହାଡ ସଦୃଶ ପଥର, ସ୍ଥିର ନୀଳ ଜଳ ରାଶୀ, ଆଉ ବିସ୍ତୀର୍ଣ୍ଣ ଇଲାକାରେ ସରୁବାଲି । କେହି ବି ଲଙ୍କେଶ୍ବରୀ ପୀଠରେ ସୂର୍ଯ୍ୟ ପରାଗ ଓ ସୂର୍ଯ୍ୟାସ୍ତ ଦେଖିଲେ ବିମୋହିତ ହୋଇପାରିବେ । ଏହି ଚିରସ୍ରୋତ ନଦୀ କେବଳ ସୌନ୍ଦର୍ଯ୍ୟର ଭଣ୍ଡାର ନୁହେଁ ମତ୍ସ୍ୟଜୀବିଙ୍କୁ ଦେଇପାରିଛି ରୋଜଗାର । ଏଥି ସହ ମହାନଦୀ କୂଳରେ ରହିଛି ଗୋକର୍ଣ୍ଣେଶ୍ବର ,ରାମେଶ୍ବର ତଥା ସୁବର୍ଣ୍ଣମେରୁ ଆଦି ଶୈବପୀଠ । କିନ୍ତୁ ପ୍ରାକୃତିକ ଭରା ସ୍ଥଳୀ ପର୍ଯ୍ୟଟକଙ୍କ ଆକୃଷ୍ଟ କରିବାର ସମସ୍ତ ସକ୍ଷମ ରଖୁଥିବା ବେଳେ ପ୍ରଶାସନର ଉଦରସୀନତା ଦେଖିବାକୁ ମିଳୁଛି ।