ଓଡିଶା

odisha

ETV Bharat / city

ଅଫଲାଇନ ପରୀକ୍ଷା ଅବଧି ଘୁଞ୍ଚିବା ପରେ ଧାରଣାରୁ ହଟିଲେ ଭିସୁଟ ଛାତ୍ରଛାତ୍ରୀ - ସମ୍ବଲପୁର ଖବର

ବୁର୍ଲା ଭିସୁଟରେ ଛାତ୍ର ଅଶନ୍ତୋଷ । ଅଫଲାଇନ ସେମିଷ୍ଟର ପରୀକ୍ଷାକୁ ନେଇ ଆନ୍ଦୋଳନ କରିଥିଲେ ଛାତ୍ର । ପରୀକ୍ଷା ଅବଧୀ ଘୁଞ୍ଚିବା ପରେ ଆନ୍ଦୋଳନରୁ ଓହରି ଥିବା ସୂଚନା । ଅଧିକ ପଢନ୍ତୁ

ବୁର୍ଲା ଭିସୁଟରେ ସେମିଷ୍ଟାର ପରୀକ୍ଷାକୁ ନେଇ ଛାତ୍ର ଅଶାନ୍ତି; ରାତି ସାରା ଧାରଣାରେ ଛାତ୍ରଛାତ୍ରୀ
ବୁର୍ଲା ଭିସୁଟରେ ସେମିଷ୍ଟାର ପରୀକ୍ଷାକୁ ନେଇ ଛାତ୍ର ଅଶାନ୍ତି; ରାତି ସାରା ଧାରଣାରେ ଛାତ୍ରଛାତ୍ରୀ

By

Published : May 6, 2022, 11:20 AM IST

Updated : May 6, 2022, 8:54 PM IST

ସମ୍ବଲପୁର:ଆନ୍ଦୋଳନରୁ ଓହରିଲେ ବୁର୍ଲା ଭିସୁଟ ଛାତ୍ରଛାତ୍ରୀ । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅଫଲାଇନ ସେମିଷ୍ଟ ପରୀକ୍ଷାକୁ ଜୁଲାଇ ମାସକୁ ଘୁଞ୍ଚାଇବା ପରେ ଆନ୍ଦୋଳନରୁ ଓହରିଛନ୍ତି । ତେବେ ଗତ ବିଳମ୍ବିତ ରାତି 2ଟାରୁ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ପରିସରରେ ଧାରଣାରେ ବସିଥିଲେ ।

ବୁର୍ଲା ଭିସୁଟରେ ସେମିଷ୍ଟାର ପରୀକ୍ଷାକୁ ନେଇ ଛାତ୍ର ଅଶାନ୍ତି; ରାତି ସାରା ଧାରଣାରେ ଛାତ୍ରଛାତ୍ରୀ

ସୂଚନା ଅନୁଯାୟୀ, ମୁଖ୍ୟତଃ କୋଭିଡ ସମୟରେ ଗତ ବର୍ଷ ବାତିଲ ହୋଇଥିବା ସେମିଷ୍ଟର ପରୀକ୍ଷାକୁ 6 ଦିନ ଭିତରେ ଅଫଲାଇନରେ ଦେବାକୁ ଛାତ୍ରଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଗାଇଡଲାଇନ ଜାରି କରିଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । କୋଭିଡ ସମୟରେ ଅନଲାଇନରେ ପାଠ ପଢିଥିବା ଛାତ୍ରଛାତ୍ରୀ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ତୃତୀୟ (ଅଡ ସେମିଷ୍ଟର) ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ (ପଞ୍ଚମ ଅଡ ସେମିଷ୍ଟର)କୁ ଅନଲାଇନରେ କରାଯାଉ ବୋଲି ଛାତ୍ରଛାତ୍ରୀ ଦାବି କରିଥିଲେ ।

6 ଦିନ ଭିତରେ 6 ମାସ ତଳର ପରୀକ୍ଷାକୁ ଅଫଲାଇନରେ ଦିଆଯାଇ ପାରିବନି ବୋଲି କହିଥିଲେ ଛାତ୍ରଛାତ୍ରୀ । ନଚେତ ପୂର୍ବ ସେମିଷ୍ଟାରର ମାର୍କକୁ ଦେଖି ମାର୍କ ଦିଆଯାଉ ବୋଲି ଦାବି ରଖିଥିଲେ । ଯେ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଦାବି ପୂରଣ ନ ହୋଇଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପହଞ୍ଚି ଅଫଲାଇନ ପରୀକ୍ଷା ପାଇଁ ଅଧିକ ସମୟ ଦେଇଛନ୍ତି । ଅର୍ଥାତ୍ ଜୁଲାଇରେ ପରୀକ୍ଷା ନେଇ ଘୋଷଣା କରିବା ପରେ ଆନ୍ଦୋଳନରୁ ଓହରିଛନ୍ତି ଛାତ୍ରଛାତ୍ରୀ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : May 6, 2022, 8:54 PM IST

ABOUT THE AUTHOR

...view details