ସମ୍ବଲପୁର: ଆଗକୁ ମ୍ୟାଟ୍ରିକ ପରୀକ୍ଷା, ପାଠ ପଢିବାକୁ ମାଆ କହିବାରୁ ଛାତ୍ରୀଙ୍କ ଆତ୍ମହତ୍ୟା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଜିଲ୍ଲାର ଧନୁପାଲି ଥାନା ଅନ୍ତର୍ଗତ ଭବାନୀ ଫିଲ୍ଡ ଅଞ୍ଚଳରେ। ମୃତଛାତ୍ରୀ ଜଣକ ହେଲେ ଦୀପ୍ସା ପଟ୍ଟନାୟକ ।
ଆଗକୁ ମ୍ୟାଟ୍ରିକ ପରୀକ୍ଷା । ତେବେ ପରୀକ୍ଷା ନିକଟରେ ଥିଲେ ମଧ୍ୟ ଝିଅ ପଢୁନଥିବା ଜାଣି ମାଆ ଝିଅକୁ ପାଠ ପଢିବାକୁ ଆକଟ କହିଥିଲେ। ଏହାପରେ ଝିଅ ଅଚାନକ ବାଥ ରୁମକୁ ପଳାଇଥିଲେ। ସେ ଗାଧୋଇବାକୁ ଯାଇଥିବା ପରିବାର ଲୋକେ ଭାବିଥିଲେ।