ଓଡିଶା

odisha

ETV Bharat / city

ହୀରାକୁଦ ବିସ୍ଥାପିତଙ୍କୁ ମିଳୁନି ଅଧିକାର, ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର ! - ହୀରାକୁଦ ବିସ୍ଥାପିତଙ୍କୁ ନେଇ ରାଜ୍ୟ ସରକାରଙ୍କ ଭୁଲ ସତ୍ୟପାଠ

ହୀରାକୁଦ ପ୍ରକଳ୍ପରେ ବିସ୍ଥାପିତଙ୍କ ଥଇଥାନକୁ ନେଇ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଭୁଲ ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ...

ହୀରାକୁଦ ବିସ୍ଥାପିତଙ୍କୁ ମିଳୁନି ଅଧିକାର, ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର !
ହୀରାକୁଦ ବିସ୍ଥାପିତଙ୍କୁ ମିଳୁନି ଅଧିକାର, ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର !

By

Published : Nov 5, 2021, 10:41 PM IST

ସମ୍ବଲପୁର: ହୀରାକୁଦ ପ୍ରକଳ୍ପରେ ବିସ୍ଥାପିତଙ୍କ ଥଇଥାନ, ପୁନର୍ବାସ ଦାବି ନେଇ ସୁପ୍ରିମକୋର୍ଟ ଓକିଲ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର କମିଶନଙ୍କ ଠାରେ ଏକ ମାମଲା ରୁଜୁ କରିଥିଲେ । ଏହାକୁ ନେଇ ଓଡ଼ିଶା ସରକାର ଓ ଛତିଶଗଡ଼ ସରକାର ଜାତୀୟ ମାନବାଧିକାର ଆୟୋଗ ଠାରେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ତାହାର ନିନ୍ଦା କରିଛି ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତି । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗ୍ରାମ ସମିତି ପ୍ରତିକ୍ରିୟା ରଖିବା ସହ ରାଜ୍ୟ ସରକାର ମିଥ୍ୟା ସତ୍ୟପାଠ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ହୀରାକୁଦ ବିସ୍ଥାପିତଙ୍କୁ ମିଳୁନି ଅଧିକାର, ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର !
ସମ୍ବଲପୁର ସାଂସ୍କୃତିକ ସମାଜରେ ଆୟୋଜିତ ହୋଇଥିଲା ଏହି ସାମ୍ବାଦିକ ସମ୍ମିଳନୀ । ହୀରାକୁଦ ଡ୍ୟାମ ପ୍ରକଳ୍ପରେ ବିସ୍ଥାପିତ ସମସ୍ତ ପରିବାରଙ୍କ ଥଇଥାନ ଓ ପୁନର୍ବାସ ନେଇ କୌଣସି ସମସ୍ୟା ବର୍ତ୍ତମାନ ରାଜ୍ୟରେ ନାହିଁ । ଏହିଭଳି ଏକ ସତ୍ୟପାଠ ଓଡିଶା ସରକାରଙ୍କ ପ୍ରମୁଖ ସଚିବଙ୍କ ପକ୍ଷରୁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ ହୋଇଛି । ତେବେ ଏହି ସତ୍ୟପାଠରେ କୌଣସି ସତ୍ୟତା ନାହିଁ ବୋଲି ହୀରାକୁଦ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ଅଭିଯୋଗ କରି ଏହାର ନିନ୍ଦା କରିଛି ।

୧୯୫୫-୫୬ ହୀରାକୁଦ ଜଳଭଣ୍ଡାର ତିଆରି ସମୟରେ ୨୬ ହଜାର ୫୦୧ ପରିବାର ବିସ୍ଥାପିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ହଜାର ୪୭୦ ପରିବାରଙ୍କୁ ଆଜି ସୁଦ୍ଧା କୋୖଣସି କ୍ଷତିପୂରଣ ମିଳିନାହିଁ କି ଥଇଥାନ ହୋଇନଥିବା ଅଭିଯୋଗ ହୋଇଛି । ଏହାସହ ୨୦୦୨ ମସିହାରେ ପ୍ରତ୍ୟେକ ହୀରାକୁଦ ବିସ୍ଥାପିତ ପରିବାରଙ୍କୁ ୧୦ ଡିସିମିଲ ଘର ଡିହ ଜମି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ଫଳପ୍ରଦ ହୋଇନାହିଁ ଏଭଳି ସ୍ଥିତିରେ ଏହି ସତ୍ୟପାଠର କୌଣସି ସତ୍ୟତା ନାହିଁ ବୋଲି ହୀରାକୁଦ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ଅଭିଯୋଗ କରିଛି । ଏନେଇ ଆଗାମୀ ସପ୍ତାହରେ ସମ୍ବଲପୁର RDCଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି।


ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details