ଓଡିଶା

odisha

ETV Bharat / city

ଦେବ୍ରୀଗଡ ଅଭୟାରଣ୍ୟରେ 'ସ୍ପାଇଡର ଟକ' ଆଲୋଚନା ଚକ୍ର, ଭାଗନେଲେ ଛାତ୍ରଛାତ୍ରୀ, ପ୍ରକୃତିପ୍ରେମୀ ଓ ବୁଦ୍ଧିଜୀବୀ - Debrigarh wild life Sanctuary sambalpur

ସମ୍ବଲପୁରର ଦେବ୍ରୀଗଡ଼ ଅଭୟାରଣ୍ୟରେ ବନ ବିଭାଗ ତରଫରୁ ସ୍ପାଇଡର ବା ବୁଢ଼ିଆଣି ଉପରେ ସଚେତନତା କାର୍ଯ୍ୟକ୍ରମ। ଭାଗନେଲେ ଛାତ୍ରଛାତ୍ରୀ, ପ୍ରକୃତିପ୍ରେମୀ ଓ ବୁଦ୍ଧିଜୀବୀ । ଅଧିକ ପଢନ୍ତୁ...

ଦେବ୍ରୀଗଡ ଅଭୟାରଣ୍ୟରେ 'ସ୍ପାଇଡର ଟକ' ଆଲୋଚନା ଚକ୍ର, ଭାଗନେଲେ ଛାତ୍ରଛାତ୍ରୀ, ପ୍ରକୃତିପ୍ରେମୀ ଓ ବୁଦ୍ଧିଜୀବୀ
ଦେବ୍ରୀଗଡ ଅଭୟାରଣ୍ୟରେ 'ସ୍ପାଇଡର ଟକ' ଆଲୋଚନା ଚକ୍ର, ଭାଗନେଲେ ଛାତ୍ରଛାତ୍ରୀ, ପ୍ରକୃତିପ୍ରେମୀ ଓ ବୁଦ୍ଧିଜୀବୀ

By

Published : Sep 26, 2021, 9:07 PM IST

ସମ୍ବଲପୁର:ଦେବ୍ରୀଗଡ଼ ଅଭୟାରଣ୍ୟରେ ବନ ବିଭାଗ ତରଫରୁ ସ୍ପାଇଡର ବା ବୁଢ଼ିଆଣି ଉପରେ ସଚେତନତା କାର୍ଯ୍ୟକ୍ରମ ତଥା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି 2 ଦିନିଆ ଆଲୋଚନା ଚକ୍ରରେ ଛାତ୍ରଛାତ୍ରୀ , ପ୍ରକୃତିପ୍ରେମୀ, ବ୍ଲଗର, ବନ୍ୟପ୍ରାଣୀ ଫଟୋଗ୍ରାଫର, ପର୍ଯ୍ୟଟକ ତଥା ବନ ବିଭାଗର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏହି ସ୍ବତନ୍ତ୍ର ସେମିନାର ଆୟୋଜିତ ହୋଇଥିଲା ।

ଦେବ୍ରୀଗଡ ଅଭୟାରଣ୍ୟରେ 'ସ୍ପାଇଡର ଟକ' ଆଲୋଚନା ଚକ୍ର, ଭାଗନେଲେ ଛାତ୍ରଛାତ୍ରୀ, ପ୍ରକୃତିପ୍ରେମୀ ଓ ବୁଦ୍ଧିଜୀବୀ

ମୁଖ୍ୟତଃ ବୁଢ଼ିଆଣିର ପ୍ରକାରବର୍ଗ, ପ୍ରଜାତି, ଏମାନଙ୍କ ଜୀବନଶୈଳୀ, ବିଶେଷତ୍ବ କଣ ରହିଛି ,ପ୍ରକୃତି ପାଇଁ ଏହା କେତେ ଗୁରୁତ୍ବ ବହନ କରେ ଇତ୍ୟାଦି ପ୍ରମୁଖ ବିଷୟ ଏହି ଆଲୋଚନା ଚକ୍ରରେ ସ୍ଥାନ ପାଇଛି । ଏମାନଙ୍କ ସଂରକ୍ଷଣ ସଚେତନତା ନେଇ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ‘ସ୍ପାଇଡର ଟକ’ ସେମିନାର କାର୍ଯ୍ୟକ୍ରମ ମୁଖ୍ୟ ଲକ୍ଷ୍ୟ ବୋଲି ବନ ବିଭାଗ କହିଛି।

ସମ୍ବଲପୁରର ସ୍ପାଇଡର ବିଶେଷଜ୍ଞ ଡା କୈଶଲ୍ୟ ଦାସ ଏହି 2ଦିନିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କୈଶଲ୍ୟ ଦାସ ବୁଢ଼ୀଆଣି ଉପରେ ଗବେଷଣା କରୁଥିବାବେଳେ ଏନେଇ ରାଜ୍ୟ ସରକାରଙ୍କ ବନ ବିଭାଗକୁ ଏସମ୍ପର୍କିତ ଏକ ପ୍ରୋଜେକ୍ଟ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ପ୍ରସ୍ତାବିତ ପ୍ରୋଜେକ୍ଟକୁ ବନ ବିଭାଗ ପକ୍ଷରୁ ସ୍ବୀକୃତି ମିଳିବା ପରେ ସମ୍ବଲପୁର ଦେବ୍ରୀଗଡ଼ ଅଭୟାରଣ୍ୟରେ ବର୍ତ୍ତମାନ ପ୍ରକୃତି ଶିକ୍ଷା (NATURE EDUCATION) କାର୍ଯ୍ୟକ୍ରମ ଜରିଆରେ ଏହି ଶୀର୍ଷକ ଆଲୋଚନା ଚକ୍ର ' ସ୍ପାଇଡର ଟକ ' ଅନୁଷ୍ଠିତ ହୋଇଛି ।

ଏପରି ବିଶେଷ କାର୍ଯ୍ୟକ୍ରମର ଆୟୋଜନ ଫଳରେ ଲୋକଙ୍କ ମଧ୍ୟରେ ବନ୍ୟପ୍ରାଣୀଙ୍କ ପ୍ରତି ସଚେତନତା ସୃଷ୍ଟି ହେବ ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର DFO ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଏବେ ପ୍ରତ୍ୟେକ ମାସରେ ଛାତ୍ରଛାତ୍ରୀଙ୍କ ପାଇଁ 2 ଦିନ ଓ ପ୍ରକୃତିପ୍ରେମୀଙ୍କ ପାଇଁ 1 ଦିନ ଭାବେ ସାରା ରାଜ୍ୟରେ ବିଭିନ୍ନ ବନଖଣ୍ଡରେ ଆୟୋଜନ କରାଯିବ ବୋଲି ମଧ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details