ଓଡିଶା

odisha

ETV Bharat / city

ବଢିଛି ଆଧାର କାର୍ଡର ଗୁରୁତ୍ୱ, କାର୍ଡ ପାଇଁ ଲାଗୁଛି ଲମ୍ବା ଧାଡି ! - ong queue for Aadhaar card

ଆଧାର କାର୍ଡ ଭାରତୀୟ ଜନତା ପାଇଁ ଏହା ଏକ ପ୍ରମୁଖ ପରିଚୟ ପତ୍ର। ଶିକ୍ଷା, ସ୍ୱାସ୍ଥ୍ୟ ତଥା ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଏହାର ଆବଶ୍ୟକତା ପଡୁଛି। ତେବେ ଅଧାର କାର୍ଡ ତିଆରି ପାଇଁ ବର୍ତ୍ତମାନ UIDAI ନିର୍ଦ୍ଦେଶ କ୍ରମେ କେବଳ ସରକାରୀ କାର୍ଯ୍ୟାଳୟ ପରିସରରେ ହିଁ ସୁବିଧା ରହୁଛି। ଏହାଦ୍ୱାରା ଆଧାର କେନ୍ଦ୍ର ଗୁଡ଼ିକର ସଂଖ୍ୟା ହ୍ରାସ ପାଇବାରୁ ଆଧାର କେନ୍ଦ୍ରରେ ଲମ୍ବା ଧାଡି ଲାଗୁଛି। ଅଧିକ ପଢନ୍ତୁ...

ବଢିଛି ଆଧାର କାର୍ଡର ଗୁରୁତ୍ୱ, ଆଧାର କାର୍ଡ ପାଇଁ ଲାଗୁଛି ଲମ୍ବା ଧାଡି!
ବଢିଛି ଆଧାର କାର୍ଡର ଗୁରୁତ୍ୱ, ଆଧାର କାର୍ଡ ପାଇଁ ଲାଗୁଛି ଲମ୍ବା ଧାଡି!

By

Published : Jan 22, 2021, 3:28 PM IST

ସମ୍ବଲପୁର: ଆଧାର କାର୍ଡ ହେଉଛି ଏକ ପ୍ରକାର ଭାରତୀୟ ହେବାର ପରିଚୟ। ପ୍ରତ୍ୟେକ କ୍ଷେତ୍ରରେ ଏହାର ଆବଶ୍ୟକତା ପଡୁଛି। ଏହାକୁ ଜନ୍ମ ପ୍ରମାଣ ପତ୍ର ଭାବେ ମଧ୍ୟ ବିବେଚନା କରାଯାଉଛି। ତେଣୁ ବର୍ତ୍ତମାନ ସ୍କୁଲରେ ଆଡମିସନ ହେଉ କି ବ୍ୟାଙ୍କରୁ ଋଣ ନେବା ଅଥବା ପାନ କାର୍ଡ ତିଆରି ପାଇଁ ହେଉ ଏହାର ଆବଶ୍ୟକତା ପଡୁଛି। ଏହା ସହ ରାସନ କାର୍ଡ ତିଆରି ହେଉ,ସ୍କୁଲ ଷ୍ଟାଇଫେନ ଅଥବା ଯେକୌଣସି ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ହେଲେ ଏହାର ଅବଶ୍ୟକତା ପଡୁଛି।

ବଢିଛି ଆଧାର କାର୍ଡର ଗୁରୁତ୍ୱ, କାର୍ଡ ପାଇଁ ଲାଗୁଛି ଲମ୍ବା ଧାଡି !

ତେଣୁ ସେ ଧନୀ ହେଉକି ଗରିବ ଏହାକୁ ତିଆରି କରିବାକୁ ଆଧାର କେନ୍ଦ୍ରରେ ଲମ୍ବା ଧାଡିରେ ଲୋକେ ଛିଡା ହେଉଥିବା ଦେଖିବାକୁ ମିଳୁଛି। ଆଉ ବର୍ତ୍ତମାନ କେବଳ ସରକାରୀ ଅଫିସ ପରିସରରେ ଏହି ସୁବିଧା ଉପଲବ୍ଧ ହେଉଥିବାରୁ ବିଭିନ୍ନ ସମୟରେ enrollment ଓ upgradation ପାଇଁ ଲମ୍ବା ଧାଡି ଲାଗୁଛି। ଆଉ ମୁଖ୍ୟତଃ ଗ୍ରାମାଞ୍ଚଳରେ ଇଣ୍ଟରନେଟର ଅଭାଵ ଯୋଗୁ ଗ୍ରାମାଞ୍ଚଳର ଲୋକେ ସହରକୁ ଆସି ଆଧାର କାର୍ଡ ଜନିତ କାର୍ଯ୍ୟ କରୁଛନ୍ତି।

ଆଧାର କାର୍ଡ ସେବାକୁ ପରିବ୍ୟାପ୍ତ କରିବାକୁ ଗ୍ରାମାଞ୍ଚଳରେ କ୍ୟାମ୍ପ କରିବାକୁ କିଛି ଲୋକ ଦାବି କରୁଛନ୍ତି । ସମ୍ବଲପୁର ସହରର 8ଟି ପୋଷ୍ଟ ଅଫିସରେ ଆଧାର କେନ୍ଦ୍ର ରହିଛି । ଏହାସହ ମ୍ୟୁନିସିପାଳିଟି ଅଫିସ ସହ କେତେକ ବ୍ୟାଙ୍କରେ ମଧ୍ୟ ଆଧାର କେନ୍ଦ୍ରର ସୁବିଧା ରହିଛି । ସମଗ୍ର ସମ୍ବଲପୁର ଜିଲ୍ଲାରେ 28 ଟି ସରକାରୀ କାର୍ଯ୍ୟାଳୟରେ ଆଧାର କେନ୍ଦ୍ରର ସୁବିଧା ରହିଛି। ଏହାସହ ବର୍ତ୍ତମାନ ଅଧିକାଂଶ ଲୋକେ enrollment ଅପେକ୍ଷା upgradation ପାଇଁ ଆସୁଥିବା ସୂଚନା ମିଳିଛି । ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ ଆଧାର କାର୍ଡର ଗୁରୁତ୍ୱ ବଢୁଥିବା ବେଳେ ଏହାକୁ ତିଆରି ତଥା ଆଧାର କାର୍ଡ ଜନିତ ତ୍ରୁଟି ସୁଧାରିବାର ପ୍ରକ୍ରିୟା ଆହୁରି ସୁଧାର ଆଣିବା ସହ ଏହାକୁ ପରିବ୍ୟାପ୍ତ କରିବାର ଆବଶ୍ୟକତା ରହିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details