ଓଡିଶା

odisha

ETV Bharat / city

ନୂଆଁଖାଇରେ ଅଘଟଣ: ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ - ରେଢ଼ାଖୋଲ ଥାନା

ପୂର୍ବ ବଚସାକୁ କେନ୍ଦ୍ର କରି ନିଶାସକ୍ତ ଅବସ୍ଥାରେ ବାପାକୁ ହତ୍ୟା କଲା ପୁଅ । ରେଢ଼ାଖୋଲ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ...

ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ, ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି
ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ, ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି

By

Published : Sep 11, 2021, 9:52 PM IST

ସମ୍ବଲପୁର:ପୁଅର ଟାଙ୍ଗିଆ ଚୋଟରେ ବାପାର ହୋଇଛି ମୃତ୍ୟୁ । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ । ସୂଚନାନୁସାରେ ରେଢ଼ାଖୋଲ ଥାନା ଅଧିନ ଆମ୍ବଝରି ଅଞ୍ଚଳରେ କୌଣସି କାରଣରୁ ବାପ ପୁଅ ମଧ୍ୟରେ ବଚସା ହୋଇଥିଲା ଆଉ ଏନେଇ ଅତି ନିର୍ମମ ଭାବେ ବାପାକୁ ହତ୍ୟା କରିଛି ।

ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ, ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି

ସେପଟେ ନିଶାସକ୍ତ ଅବସ୍ଥାରେ ବାପା ଶୁକ୍ରୁ ମିର୍ଦ୍ଧାଙ୍କ ଟାଙ୍ଗିଆ ସାହାଯ୍ୟରେ ଆକ୍ରମଣ କରି ହତ୍ୟା କରିଛି ପୁଅ ଟଙ୍କଧର ମିର୍ଦ୍ଧା। ଏନେଇ ଘଟଣାସ୍ଥଳରେ ରେଢ଼ାଖୋଲ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details