ସମ୍ବଲପୁର: ସୁଧୁରିବ ସମ୍ବଲପୁର ମହାନଗର ନିଗମରେ ରହୁଥିବା ବସ୍ତି ବାସିନ୍ଦାଙ୍କ ଜୀବନ। ପକ୍କା ଘର ସହ ସହରର ସମସ୍ତ ପ୍ରକାର ସୁବିଧା ପାଇବେ ସହରରେ ରହୁଥିବା ବସ୍ତି ବାସିନ୍ଦା। ବିଜୁ ଆଦର୍ଶ ଯୋଜନାରେ ବଦଳିବ ବସ୍ତି ବାସିନ୍ଦାଙ୍କ ଜୀବନ ଶୈଳୀ। ଏନେଇ ମହାନଗର ନିଗମର କମିଶନର ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି।
ମହାନଗର ନିଗମର ବସ୍ତି ବାସିନ୍ଦାଙ୍କୁ ମିଳିବ ଘର ସହ ସହରୀ ସୁବିଧା - ସମ୍ବଲପୁର ମହାନଗର ନିଗମରେ ବସ୍ତି ବାସିନ୍ଦାଙ୍କ ଜୀବନ ସୁଧୁରିବ
ସୁଧୁରିବ ସମ୍ବଲପୁର ମହାନଗର ନିଗମରେ ରହୁଥିବା ବସ୍ତି ବାସିନ୍ଦାଙ୍କ ଜୀବନ। ବିଜୁ ଆଦର୍ଶ ଯୋଜନାରେ ବସ୍ତି ବାସିନ୍ଦାଙ୍କୁ ମିଳିବ ଘର । ଅଧିକ ପଢନ୍ତୁ
ସମ୍ବଲପୁର ମହାନଗର ନିଗମ ଅଧିନରେ ରହିଛି 171 ଟି ବସ୍ତି ଅଞ୍ଚଳ । ଏହି ବସ୍ତି ଗୁଡିକ ରେ ରହୁଛନ୍ତି ହଜାର ହଜାର ବସ୍ତି ବାସିନ୍ଦା। ତେବେ ସହରରେ ରହୁଥିଲେ ମଧ୍ୟ ଏମାନଙ୍କୁ କୌଣସି ସହରି ସୁବିଧା ସୁଯୋଗ ମିଳୁନାହିଁ । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ମହାନଗର ନିଗମ ବିଜୁ ଆଦର୍ଶ କଲୋନୀ ଯୋଜନାରେ ଥଇଥାନ କରିବାକୁ ଯାଉଛି। ଏହି ଯୋଜନା ଆଧାରରେ ସମ୍ବଲପୁର ମହାନଗର ନିଗମର 150 ଟି ବସ୍ତି ଅଞ୍ଚଳରେ ତିଆରି କରାଯିବ କଲୋନୀ। ଏଠାରେ ସ୍ଥାନୀୟ ଲୋକଙ୍କୁ ଘର ସହ ସବୁ ପ୍ରକାର ମହାନଗର ନିଗମର ସୁବିଧା ମିଳିବ। ଏଥି ପାଇଁ ପ୍ରଥମ ପର୍ଯ୍ୟାୟରେ 47 ଟି ବସ୍ତିରେ 113 ଟି ୱାର୍କ ଅର୍ଡର ଦିଆ ଯାଇଛି।
ତେବେ ଏହି କାର୍ଯ୍ୟକୁ କୌଣସି ଠିକାଦାର କିମ୍ବା ଅନ୍ୟ କାହାକୁ ଦିଆଯିବ ନାହିଁ। ସ୍ଥାନୀୟ ବସ୍ତି ବାସିନ୍ଦା ସଂଘର ସଦସ୍ୟ ମାନେ ଏହି ସବୁ କାର୍ଯ୍ୟ ଆଦେଶ ଗୁଡ଼ିକ ରେ କାମ କରିବେ। ଏହାର ବଜେଟ ରହିଛି 5 କୋଟି 99 ଲକ୍ଷ ରଖାଯାଇଛି । ଆଗକୁ ଆହୁରି 103 ଟି ବସ୍ତି ପାଇଁ ୱାର୍କ ଅର୍ଡର ଜାରି କରିବାର ପ୍ରକ୍ରିୟା ଜାରି ରହିଥିବା ସୂଚନା ଦେଇଛନ୍ତି ମହାନଗର କମିଶନର ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା,ଇଟିଭି ଭାରତ