ସମ୍ବଲପୁର: ଦୁଲୁକୁଛି ସମ୍ବଲପୁର, ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଦୀର୍ଘ ଦୁଇ ବର୍ଷ ପରେ ପୁଣି ଧୁମଧାମରେ ବିଶ୍ବ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଯାଇଛି । ସରିଛି ଦେବ ନିମନ୍ତ୍ରଣ । ଭଗବାନ ନୃସିଂହ ଦିବ୍ୟ ରଥରେ ଅରୁଢ଼ ହୋଇ ଦେବ ନିମନ୍ତ୍ରଣ ପାଇଁ ବାହାରିଥିଲେ। ପରମ୍ପରା ମୁତାବକ ପାରମ୍ପରିକ ବାଜା ସହ ଆକର୍ଷଣୀୟ ଶୋଭଯାତ୍ରାରେ ସାରା ସହର ଚଳଚଞ୍ଚଳ ହୋଇ ଉଠିଥିଲା ।
ଶୀତଳଷଷ୍ଠୀ ଯାତ୍ରା: ସରିଲା ଦେବ ନିମନ୍ତ୍ରଣ
ଦୁଲୁକୁଛି ସମ୍ବଲପୁର, ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଦୀର୍ଘ ଦୁଇ ବର୍ଷ ପରେ ପୁଣି ଧୁମଧାମରେ ବିଶ୍ବ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଯାଇଛି । ସରିଛି ଦେବ ନିମନ୍ତ୍ରଣ । ଅଧିକ ପଢନ୍ତୁ
ମଙ୍ଗଳବାର ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ନନ୍ଦପଡା ବମ ବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ପତରପେଣ୍ଡି ଅନୁଷ୍ଠିତ ହୋଇଥିବା ବେଳେ ବୁଧବାର ରାତିରେ ଭଗବାନ ନୃସିଂହ, ଦେବ ଦମ୍ପତିଙ୍କ ବିବାହ ପାଇଁ ସମସ୍ତ ଦେବା ଦେବୀଙ୍କୁ ନିମନ୍ତ୍ରଣ କରିଛନ୍ତି । ଏହି ପରମ୍ପରାକୁ ଶୀତଳଷଷ୍ଠୀ ଯାତ୍ରାର ନୃସିଂହ ନିଉତା କୁହାଯାଏ ।
ବୁଧବାର ରାତି ପ୍ରାୟ ସାଢ଼େ 9 ଟା ସମୟରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଭଗବାନ ନୃସିଂହ ଦିବ୍ୟ ବିମାନରେ ଅରୁଢ଼ ହୋଇ ସହରର ବିଭିନ୍ନ ମନ୍ଦିରକୁ ଯାଇ ଦେବା ଦେବୀଙ୍କୁ ଶିଵ ବିବାହ ପାଇଁ ଗୁଆ, ମିଠେଇ,ହଳଦୀ ଦେଇ ନିମନ୍ତ୍ରଣ କରିଛନ୍ତି । ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାରେ କେବଳ ନନ୍ଦପଡାରେ ନୃସିଂହ ନିଉତା ପରମ୍ପରା ହୋଇଥାଏ । ଅନ୍ୟ ଯାତ୍ରା କମିଟି ଗୁଡିକରେ ହନୁମାନ ନିଉତାର ପରମ୍ପରା ରହିଛି ।