ସମ୍ବଲପୁର: ପୁଣି ନିଜର ନିଷ୍ଠାପର ରୋଗୀ ସେବାର ନିଦର୍ଶନ ଦେଇଛନ୍ତି ବୁର୍ଲାର ଡାକ୍ତର ଶଙ୍କର ରାମଚନ୍ଦାନି । କିଡନୀ ରୋଗରେ ପୀଡିତ ଥିବା ଏକ ଝିଅକୁ ନିଜ ଘରେ ରଖି ଚିକିତ୍ସା କରିଛନ୍ତି ସମାଜସେବୀ ଡାକ୍ତର ରାମଚନ୍ଦାନି ।
ସମ୍ବଲପୁର ବୁର୍ଲା ନିକଟସ୍ଥ ଚାରପାଲି ଗ୍ରାମର ରୂପାଲି ନାମକ ଏକ ଝିଅ ଦୀର୍ଘ ଦିନରୁ କିଡନୀ ରୋଗରେ ଆକ୍ରାନ୍ତ ରହିଛନ୍ତି । ଏହି ରୋଗର ପ୍ରଭାବରେ ତାଙ୍କର ଗୋଡ଼ ହାତ ମଝି ମଝିରେ ଫୁଲି ଯାଉଥିବାରୁ ତାଙ୍କୁ ବୁର୍ଲା ଆସି ଚିକିତ୍ସିତ ହେବାକୁ ପଡେ । ତେବେ ବର୍ତ୍ତମାନ କୋଭିଡ 19 ସମୟରେ ଅଧିକ ସଂକ୍ରମଣର ଭୟ ଥିବାରୁ ରୂପାଲିକୁ ନିଜ ଘରକୁ ନେଇ ଚିକିତ୍ସା କରିବାକୁ ପଡିଲା ବୋଲି ଡାକ୍ତର କହିଛନ୍ତି ।