ସମ୍ବଲପୁର: 2013 ମସିହାରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ 1 ତାରିଖକୁ ସମ୍ବଲପୁରୀ ଦିନ ଭାବେ ସମ୍ବଲପୁର ତଥା ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି। ବିଶିଷ୍ଟ ସମ୍ବଲପୁରୀ ଲେଖକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ 1 ତାରିଖରେ ଏହା 2013 ରୁ ପାଳିତ ହୋଇଆସୁଛି। କେବଳ 7 ଜଣ ଲୋକଙ୍କୁ ନେଇ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏବେ ଦେଶ ତଥା ଦେଶ ବାହାରେ ପାଳିତ ହେଉଛି । ତେବେ ଚଳିତ ବର୍ଷ କୋଭିଡ ମହାମାରୀ ଏଥିରେ ବାଧା ଦେଇଛି ।
ସମ୍ବଲପୁରୀ ଦିନ ଅବସରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ହୋଇ ଆସୁଥିଲା ତେବେ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ସମସ୍ତେ ଘରେ ରହି ପାଳନ କରିବେ ସମ୍ବଲପୁରୀ ଦିନ। କୋଭିଡ ପାଇଁ ଏଥର ଡିଜିଟାଲ ପ୍ଲାଟଫର୍ମରେ ପାଳନ କରାଯିବ ଏହି ଦିନ। ଘରେ ରହି ସମ୍ବଲପୁରୀ ପୋଷାକ ପରିଧାନ କରିବା ସହ ସମ୍ବଲପୁରୀ ଖାଦ୍ୟ ଖାଇ, ସମ୍ବଲପୁରୀ ନାଚଗୀତରେ ଝୁମିବାକୁ କହିଛି ସମ୍ବଲପୁରୀ ଦିନ ଆୟୋଜକ କମିଟି। ଏହା ସହ ଘରେ ରହି ଡିଜିଟାଲ ପ୍ଲାଟଫର୍ମରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରତିଯୋଗୀ ମାନେ ଭାଗ ନେଇ ପାରିବେ ବୋଲି ସୂଚନା ଦିଆଯାଇଛି।