ଓଡିଶା

odisha

By

Published : Jul 13, 2022, 8:36 PM IST

ETV Bharat / city

ଯୁଜୁମୁରାରୁ ନକଲି ନୋଟ ଜବତ ଘଟଣା:ପ୍ରତିକ୍ରିୟା ରଖିଲେ ସମ୍ବଲପୁର ଏସପି

ସମ୍ବଲପୁର ଅଢାପରା ଅଞ୍ଚଳରୁ ଏସଟିଏଫ(STF) ଦ୍ବାରା ନକଲି ନୋଟ ଜବତ ଘଟଣା । ଏନେଇ ଏସପି ବାତୁଲା ଗଙ୍ଗାଧର ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ

ଯୁଜୁମୁରାରୁ ନକଲି ନୋଟ ଜବତ ଘଟଣା:ପ୍ରତିକ୍ରିୟା ରଖିଲେ ସମ୍ବଲପୁର ଏସପି
ଯୁଜୁମୁରାରୁ ନକଲି ନୋଟ ଜବତ ଘଟଣା:ପ୍ରତିକ୍ରିୟା ରଖିଲେ ସମ୍ବଲପୁର ଏସପି

ସମ୍ବଲପୁର: ଜିଲ୍ଲା ଯୁଜୁମୁରା ବ୍ଲକ ଅଢାପରା ଅଞ୍ଚଳରୁ ଏସଟିଏଫ(STF) ଦ୍ବାରା ନକଲି ନୋଟ କାରବାର ଧାରା ପଡିବା ପରେ ଆଜି ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଗତକାଲି ସମ୍ବଲପୁର ଯୁଜୁମୁରା ଅଞ୍ଚଳରୁ ପ୍ରାୟ 15 ଲକ୍ଷ ଟଙ୍କାର ନକଲି ନୋଟ ଜବତ କରିଥିଲା ଏସଟିଏଫ । ଏହି ଘଟଣାରେ 2 ଜଣଙ୍କୁ ଧରିଥିଲା ଏସଟିଏଫ। ଏସଟିଏଫର ରିପୋର୍ଟ ଅଧାରରେ ସମ୍ବଲପୁର ପୋଲିସ 2 ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ।

ଯୁଜୁମୁରାରୁ ନକଲି ନୋଟ ଜବତ ଘଟଣା:ପ୍ରତିକ୍ରିୟା ରଖିଲେ ସମ୍ବଲପୁର ଏସପି

ସମ୍ବଲପୁର ଏସପି ଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏସଟିଏଫ ଏକ ମାମଲାର ତଦନ୍ତ କରିଥିବା ବେଳେ ଏହାର ଲିଙ୍କ ଦେବଗଡ଼ ଜିଲ୍ଲା ସହ ଯୋଡି ହୋଇଥିଲା । ଏନେଇ ଦେବଗଡ଼ ଜିଲ୍ଲାର ଲିଙ୍କକୁ ଅଧିକ ତଦନ୍ତ କରାଯିବା ବେଳେ ଏହାର ଚେର ଲମ୍ବିଥିଲା ଚାମୁଣ୍ଡା ଗାଁକୁ। ଏସଟି ଏଫ ଏହି ଲିଙ୍କର ତଦନ୍ତ କରୁଥିବା ବେଳେ ଏହି ନକଲି ନୋଟ କାରବାର ଧାରା ପଡିଥିଲା । ଏଥିରେ 2 ଜଣ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା । ଏମନଙ୍କ ମଧ୍ୟରୁ ଜଣେ କଲର ପ୍ରିଣ୍ଟ ମେସିନ ସାହଯ୍ୟରେ ନକଲି ନୋଟ ଛପାଉ ଥିବା ସ୍ପଷ୍ଟ ହୋଇଥିଲା । ତେବେ ସବୁଠାରୁ ବଡ଼ କଥା ହେଲେ ଏହି 2 ଅଭିଯୁକ୍ତ ଏଠି ନକଲି ନୋଟ ଛପାଇ ଜିଲ୍ଲା ବାହାରେ ଏହାର କାରବାର କରୁଥିଲେ ।

ତେବେ ଏସଟିଏଫ ଏମାନଙ୍କୁ ଧରି ସମ୍ବଲପୁର ପୋଲିସରେ ରିପୋର୍ଟ କରିବା ପରେ ଏହି 2 ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ପୋଦାର ପ୍ରସାଦ ସାହୁ ଓ ଜନ୍ମେଜେୟ ବାଗ । ଏହି ଘଟଣା ସହିତ ଅନ୍ୟ କାହାର ସମ୍ପୃକ୍ତି ଅଛି ନା ନାହିଁ, ଅଭିଯୁକ୍ତମାନେ କେଉଁ ଅଞ୍ଚଳକୁ ନକଲି ନୋଟ ପଠାଉଥିଲେ ସେନେଇ ସମ୍ବଲପୁର ପୋଲିସ ତଦନ୍ତ ଜାରି ରଖିଛି ବୋଲି ଏସପି କହିଛନ୍ତି ।

ପୂର୍ବରୁ 8 ଅଗଷ୍ଟ 2021ରେ ସମ୍ବଲପୁର ଟାଉନ ଥାନା ପୋଲିସ ଦ୍ବାରା 13 ଲକ୍ଷ 85 ହଜାର ନକଲି ନୋଟ ସେହିପରି 2 ସେପ୍ଟେମ୍ବର 2021ରେ ବୁର୍ଲା ପୋଲିସ 12 ହଜାର 3 ଶହ ଟଙ୍କାର ନକଲି ନୋଟ ଜବତ କରିଥିଲା । ଅନ୍ୟପଟେ ଗତ 7 ତାରିଖରେ ବରଗଡ଼ ଜିଲ୍ଲାର ବରପାଲିରୁ ପ୍ରାୟ 12 ଲକ୍ଷ ଟଙ୍କାର ନକଲି ନୋଟ ଏସଟିଏଫ ଜବତ କରିଥିଲା । ଏହାକୁ ଦେଖିଲେ ପଶ୍ଚିମ ଓଡ଼ିଶାରେ ନକଲି ନୋଟର ଏକ ବଡ଼ ରାକେଟ କାମ କରୁଥିବା ଆଶଙ୍କା ହେଉଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details