ଓଡିଶା

odisha

ETV Bharat / city

ସରକାରୀ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଦାବି କଲା ଯାଦବ ସଂଘ - ସମ୍ବଲପୁର ଜିଲ୍ଲା ଯାଦବ ସଂଘ

ସମ୍ବଲପୁର ଜିଲ୍ଲା ଯାଦବ ସଂଘ ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କୁ 2 ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

sambalpur OBC reservation demand
ସରକାରୀ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଦାବି କଲା ଯାଦବ ସଂଘ

By

Published : Aug 25, 2021, 10:22 PM IST

ସମ୍ବଲପୁର: ଜିଲ୍ଲା ଯାଦବ ସଂଘ ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ 2 ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସ୍ବର୍ଗତ ବିପି ମଣ୍ଡଳଙ୍କ 103ତମ ଜନ୍ମ ଜୟନ୍ତୀ ଅବସରରେ ଆଜି ଜାତିଭିତ୍ତିକ ଜନ ଗଣନା ଓ ରାଜ୍ୟରେ ଶିକ୍ଷା ଓ ସରକାରୀ ନିଯୁକ୍ତି କ୍ଷେତ୍ରରେ 27 ପ୍ରତିଶତ ସଂରକ୍ଷଣ ଦାବିରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି।

ସରକାରୀ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଦାବି କଲା ଯାଦବ ସଂଘ

ସଂଘ ପକ୍ଷରୁ କୁହାଯାଇଛି ଯେ 1931 ପରେ ଆଜି ପର୍ଯ୍ୟନ୍ତ ଜାତି ଭିତ୍ତିକ ଜନ ଗଣନା ହୋଇନାହିଁ । ଯଦି ବି କେବେ ଜାତି ଭିତ୍ତିକ ଜନଗଣନା ହୋଇଛି, ତେବେ ତାହାକୁ ଲୋକଙ୍କ ଆଗରେ ପ୍ରକାଶ କରାଯାଇନାହିଁ । ଏହିଭଳି ସ୍ଥିତିରେ ପଛୁଆ ବର୍ଗର ଲୋକମାନେ ନିଜର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ରହିବା ସହ ସମାଜରେ ସାମାଜିକ ଅସମାନତା ବଢ଼ିବାରେ ଲାଗିଛି । ଅନ୍ୟପଟେ ରାଜ୍ୟରେ ପଛୁଆ ବର୍ଗର ଲୋକଙ୍କ ପାଇଁ କୌଣସି ପ୍ରକାରର ସଂରକ୍ଷଣର ବ୍ୟବସ୍ଥା ନାହିଁ । ବିଭିନ୍ନ ସମୟରେ ରାଜ୍ୟ ସରକାର ବିଭିନ୍ନ ଆଇନଗତ ପ୍ରତିବନ୍ଧକ ଆଳରେ ପଛୁଆ ବର୍ଗର ଲୋକଙ୍କ ପ୍ରତି ଅବହେଳା କରୁଥିବା ସଂଘ ଅଭିଯୋଗ କରିଛି ।

ତେଣୁ ରାଜ୍ୟରେ ଓବିସିଙ୍କ ପାଇଁ ଶିକ୍ଷା ଓ ସରକାରୀ ନିଯୁକ୍ତିରେ 27 ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରାଯାଉ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା,ଇଟିଭି ଭାରତ

ABOUT THE AUTHOR

...view details