ଓଡିଶା

odisha

ETV Bharat / city

ବିଧାୟକ ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳ ନେତା, ସମ୍ବଲପୁର ବିଜେପିର ସେଲେବ୍ରେସନ - ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର

ବିଧାୟକ ଜୟ ନାରାୟଣ ମିଶ୍ର ହେଲେ ବିରୋଧୀ ଦଳର ନେତା । ଏନେଇ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ କରାଯାଇଛି ସେଲିବ୍ରେସନ । ସେପଟେ ଖୁସି ବ୍ୟକ୍ତ କରିଛନ୍ତି ଦଳୀୟ କର୍ମୀ ଓ ନେତା । ଅଧିକ ପଢନ୍ତୁ

ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳ ନେତା
ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳ ନେତା

By

Published : Jul 30, 2022, 10:46 PM IST

ସମ୍ବଲପୁର :ଜିଲ୍ଲା ବିଜେପିରେ ଉତ୍ସବର ମହୋଲ । ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ବିରୋଧୀ ଦଳର ନେତା ଭାବେ ମନୋନୀତ ହେବା ପରେ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଖୁସି ମନା ଯାଇଛି। ବାଣ ଫୁଟାଇବା ସହ ପରସ୍ପରକୁ ମିଠା ଖୁଆଇ ସେଲିବ୍ରେସନ କରିଥିଲେ ବିଜେପି କର୍ମୀ ।ଯାହାକୁ ନେଇ ପୁରା ଜିଲ୍ଲାରେ ଆନନ୍ଦର ଲହରି ଖେଳି ଯାଇଛି ।

ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳ ନେତା

। ଜୟ ନାରାୟଣ ବିରୋଧୀ ଦଳର ନେତା ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି । ସେ କହିଛନ୍ତି, "ଏଣିକି ରାଜ୍ୟ ସରକାରଙ୍କୁ ବିଜେପି ବିଭିନ୍ନ ପ୍ରସଙ୍ଗରେ ଘେରିବ । ପୂର୍ବରୁ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଅସୁସ୍ଥ ଥିବାରୁ ବିରୋଧୀ ଦଳର ନେତାଙ୍କ ଭୂମିକା ପରିଚାଳନାରେ ଅସୁବିଧା ହେଉଥିଲା । ତେବେ ବର୍ତ୍ତମାନ ସବୁ ଠିକରେ ଚାଲିବ ବୋଲି ବିଜେପି କର୍ମୀ କହିଛନ୍ତି ।"

ଇଟିଭି ଭାରତ,ସମ୍ବଲପୁର

ABOUT THE AUTHOR

...view details