ଓଡିଶା

odisha

ETV Bharat / city

ନକଲି ସମ୍ବଲପୁରୀ ଶାଢ଼ୀ ପୋଡ଼ିଲା କୋଶଲ ସେନା - ସମ୍ବଲପୁର ଖବର

ନକଲି ସମ୍ବଲପୁରୀ ଛାପା ଶାଢୀ ପୋଡିଲା ସମ୍ବଲପୁର କୋଶଲ ସେନା। ନକଲି ସମ୍ବଲପୁରୀ ଛାପା ଶାଢ଼ୀର ବିରୋଧ କରି ଆଜି (ଶୁକ୍ରବାର) ସମ୍ବଲପୁର କୋଶଲ ସେନା ପକ୍ଷରୁ ଏହି ଅଭିନବ ଉପାୟରେ ଏହା ବିରୋଧ ପ୍ରଦର୍ଶନ କରାଯାଇଛି। ଅଧିକ ପଢନ୍ତୁ

ନକଲି ସମ୍ବଲପୁରୀ ଶାଢ଼ୀ ପୋଡ଼ିଲା କୋଶଲ ସେନା
ନକଲି ସମ୍ବଲପୁରୀ ଶାଢ଼ୀ ପୋଡ଼ିଲା କୋଶଲ ସେନା

By

Published : Mar 11, 2022, 7:32 PM IST

ସମ୍ବଲପୁର : ନକଲି ସମ୍ବଲପୁରୀ ଛାପା ଶାଢୀ ପୋଡିଲା ସମ୍ବଲପୁର କୋଶଲ ସେନା। ନକଲି ସମ୍ବଲପୁରୀ ଛାପା ଶାଢ଼ୀର ବିରୋଧ କରି ଆଜି (ଶୁକ୍ରବାର) ସମ୍ବଲପୁର କୋଶଲ ସେନା ପକ୍ଷରୁ ଏହି ଅଭିନବ ଉପାୟରେ ଏହା ବିରୋଧ ପ୍ରଦର୍ଶନ କରାଯାଇଛି।

ନକଲି ସମ୍ବଲପୁରୀ ଶାଢ଼ୀ ପୋଡ଼ିଲା କୋଶଲ ସେନା

ଏହାବି ପଢନ୍ତୁ :ପୋଖରୀରେ ବୁଡି ଭାଇଭଉଣୀ ମୃତ, ଡ଼ଙ୍କାରୀ ଗାଁରେ ଶୋକର ଛାୟା

ସମ୍ବଲପୁରର ଗୋଲବଜାର ଛକ ଠାରେ ଶୁକ୍ରବାର ସନ୍ଧ୍ୟାରେ ସମ୍ବଲପୁର କୋଶଲ ସେନା ପକ୍ଷରୁ ନକଲି ସମ୍ବଲପୁରୀ ଶାଢ଼ୀ ତିଆରି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୁଖ୍ୟତଃ ରାଜସ୍ଥାନ ଓ ପଶ୍ଚିମବଙ୍ଗରୁ ଆସୁଥିବା ନକଲି ସମ୍ବଲପୁରୀ ଡିଜାଇନର ଶାଢ଼ୀ ଯୋଗୁଁ ସମଗ୍ର ପଶ୍ଚିମ ଓଡ଼ିଶାର ହଜାର ହଜାର ସମ୍ବଲପୁରୀ ଶାଢୀ ବୁଣାକାର ଓ ବ୍ୟବସାୟୀ ବହୁତ କ୍ଷତି ସହୁଛନ୍ତି।ଏହା ଦ୍ୱାରା ସମ୍ବଲପୁରୀ କଳା ସଂସ୍କୃତିର ପରିଚୟ ବହନ କରୁଥିବା ସମ୍ବଲପୁରୀ ଶାଢ଼ୀର ବ୍ୟବସାୟ ମଧ୍ୟ ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରଭାବିତ ହେଉଛି । ତେଣୁ ନକଲି ସମ୍ବଲପୁରୀ ଶାଡୀ ଉପରେ ରୋକ ଲଗାଇବାକୁ ରାଜ୍ୟ ସରକାରଙ୍କୁ କୋଶଲ ସେନା ପକ୍ଷରୁ ଦାବି କରାଯାଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ

ABOUT THE AUTHOR

...view details