ଓଡିଶା

odisha

ETV Bharat / city

ଓଡିଆ ଝିଅଙ୍କ କମାଲ; ଓମାନ ଉପସାଗରରେ 40 ଫୁଟ ଡାଇଭିଂ କରି ଚର୍ଚ୍ଚାରେ ତିଷ୍ୟା - tishya becoming younger scuba driver

ବିନା ସହାୟତାରେ ଏକାକୀ ଓମାନ ଉପାସାଗରରେ 40 ଫୁଟ ଡାଇଭିଂ କଲେ ସମ୍ବଲପୁରର ତିଷ୍ୟା । ପିଏଡିଆଇ ହୋଇଥିବା ସ୍କୁବା ଡାଇଭିଂ ପରୀକ୍ଷାରେ ସଫଳ ହୋଇ ଓଡିଶାର ସର୍ବ କନିଷ୍ଠ ସ୍କୁବା ଡ୍ରାଇଭର ଭାବେ ପ୍ରମାଣ ପତ୍ର ହାସଲ କରିଛନ୍ତି । ଅଧିକ ପଢନ୍ତୁ...

ଓମାନ ଉପସାଗରରେ 40 ଫୁଟ ଡ୍ରାଇଭିଂ କଲେ ସମ୍ବଲପୁରର ତିଷ୍ୟା
ଓମାନ ଉପସାଗରରେ 40 ଫୁଟ ଡ୍ରାଇଭିଂ କଲେ ସମ୍ବଲପୁରର ତିଷ୍ୟା

By

Published : Oct 12, 2020, 12:16 PM IST

ସମ୍ବଲପୁର: କମାଲ କଲେ ଓଡିଆ ଝିଅ । 10 ବର୍ଷ ବୟସରେ ସାଜିଲେ ଓଡିଶାର ସର୍ବକନିଷ୍ଠ ସ୍କୁବା ଡାଇଭର । ବିନା କାହାରି ସହାୟତାରେ ଓମାନ ଉପସାଗରରେ 40 ଫୁଟ ସ୍କୁବା ଡାଇଭିଂ କରି ଗୌରବ ଅର୍ଜନ କରିଛନ୍ତି ।

ତିଷ୍ୟା ସମ୍ବଲପୁରର ଝିଅ ହୋଇଥିବାବେଳେ ସେ ଦୁବାଇରେ ରୁହନ୍ତି । ସେଠାରେ ସେ ରାଫେଲ୍ସ ଓ୍ବାର୍ଲ୍ଡ ଏକାଡେମୀ ସ୍କୁଲରେ ପାଠ ପଢୁଛନ୍ତି । ପୂର୍ବରୁ ତିଷ୍ୟା ପ୍ରଶିକ୍ଷକଙ୍କ ସହାୟତାରେ 30 ଫୁଟ ଡାଇଭିଂ କରୁଥିଲେ । ହେଲେ ଏବେ ବିନା ସହାୟତାରେ ଏକାକୀ 40 ଫୁଟ ଡାଇଭିଂ କରିଛନ୍ତି ।

ଓମାନ ଉପସାଗରରେ 40 ଫୁଟ ଡ୍ରାଇଭିଂ କଲେ ସମ୍ବଲପୁରର ତିଷ୍ୟା

ଦୁବାଇରେ ଅଗଷ୍ଟ ମାସରେ ପେଶାଦାର ଡାଇଭିଂ ପ୍ରଶିକ୍ଷକ ସଂଘ 'ପିଏଡିଆଇ' ଦ୍ବାରା ହୋଇଥିବା ସ୍କୁବା ଡାଇଭିଂ ପରୀକ୍ଷାରେ ସଫଳ ହୋଇ ଓଡିଶାର ସର୍ବ କନିଷ୍ଠ ସ୍କୁବା ଡାଇଭର ଭାବେ ପ୍ରମାଣ ପତ୍ର ହାସଲ କରିଛନ୍ତି । ତିଷ୍ୟା ହେଉଛନ୍ତି ଦୁବାଇରେ କାର୍ଯ୍ୟରତ ସମ୍ବଲପୁରର ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ସୌମିତ୍ରୀ ନନ୍ଦଙ୍କ କନ୍ୟା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ନାତୁଣୀ |

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details